www.samajalive.in
Friday, December 5, 2025
27.1 C
Bhubaneswar

ଥାନାରେ ଥାର୍ଡ ଡିଗ୍ରୀରୁ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଅଭିଯୋଗ

ସମାଜ ଡିଜିଟାଲ ଡେସ୍କ: ଥାନା ଭିତରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ଦିଆଯିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲା ଚୌଦ୍ଵାର ଥାନାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସର ଅମାନୁଷିକ ମାଡ଼ ସହି ନ ପାରି ଅଭିଯୁକ୍ତ ଆତ୍ମହତ୍ୟା କରିଥିବା ତାଙ୍କ ସାନ ଭାଇ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ, ଏକ ଗାଡ଼ି ଚୋରି ମାମଲାରେ ପୁଲିସ ଜଣେ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରିଥିଲା। ଅଭିଯୁକ୍ତ ହେଲେ ଢେଙ୍କାନାଳ ଜିଲା ଶଙ୍କରପୁର ଅଞ୍ଚଳର ରସାନନ୍ଦ ନାୟକ(୩୮)। ସୋମବାର ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ କଟକ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା। ଅଭିଯୁକ୍ତଙ୍କ ସାନ ଭାଇଙ୍କ କହିବା ଅନୁସାରେ, ପୁଲିସ ତାଙ୍କ ଭାଇକୁ ଏକ ଘର ଭିତରେ ଭର୍ତ୍ତି କରି ପାଇପରେ ନିସ୍ତୁକ ପିଟିଥିଲା। ମାଡ଼ ଯନ୍ତ୍ରଣା ସହି ନ ପାରି ତାଙ୍କ ଭାଇ ଆତ୍ମହତ୍ୟା କରିଥିବା ସେ କହିଛନ୍ତି। ତେବେ ଏହି ଘଟଣାରେ ଚୌଦ୍ଵାର ଥାନା ଅଧିକାରୀଙ୍କ ମତାମତ ମିଳିପାରି ନାହିଁ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories