ନୂଆଦିଲ୍ଲୀ : ଆମେରିକା ଲଗାତାର ଭାରତ,ଚୀନ ସମେତ ୟୁରୋପୀୟ ଦେଶକୁ ରୁଷରୁ ତେଲ କିଣିବା ଉପରେ ଆପତ୍ତି ଜାହିର କରିଛି । ଏହାସହ ଟ୍ରମ୍ପ ଜି୭ ଦେଶ ଓ ୟୁରୋପକୁ କହିଛନ୍ତି ଯେ, ରୁଷ ଓ ତା’ ସହ ସମ୍ପର୍କ ରଖୁଥିବା ଦେଶ ଉପରେ କଠୋର ପ୍ରତିବନ୍ଧକ ଲଗାଯାଉ । ମାତ୍ର ଏବେ ରୁଷ ମଧ୍ୟ ପ୍ରଥମ ଥର ଟ୍ରମ୍ପଙ୍କ ଧମକର ସିଧା ଜବାବ ଦେଇଛି । ରୁଷର ବିଦେଶ ମନ୍ତ୍ରୀ ସେର୍ଗେଇ ଲାବରୋଭ ଏକ ସାକ୍ଷାତକାରରେ ଟ୍ରମ୍ପଙ୍କ ଧମକକୁ ନେଇ କହିଛନ୍ତି ଯେ, କେବଳ ଧମକ ଦେଇ ଆମେରିକା ଭାରତ ଏବଂ ଚୀନକୁ ରୁଷରୁ ତେଲ କିଣିବାକୁ ରୋକି ପାରିବ ନାହିଁ । ଉଭୟ ଦେଶ ରାଷ୍ଟ୍ରୀୟ ହିତ ପାଇଁ ତେଲ କିଣିବା ଜାରି ରଖିବେ । ଚାପ କିମ୍ବା ଶୁଳ୍କ ପଦକ୍ଷେପ ସେମାନଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ପାରିବ ନାହିଁ ।
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଗତକାଲି ବ୍ରିଟେନ୍ ଗସ୍ତରେ ଥିଲେ । ଏହି ସମୟରେ ସେ ପୁଣି ଥରେ ରୁଷର ତେଲ ଉପରେ ଆପତ୍ତି ଜାହିର କରିଥିଲେ । ଟ୍ରମ୍ପ ଭାରତର ରୁଷର ତୈଳ କ୍ରୟକୁ ବିରୋଧ କରିଥିଲେ ଏବଂ ଶୁଳ୍କ ଲାଗୁ କରିବା ଉଚିତ୍ ବୋଲି କହିଥିଲେ । ପୂର୍ବରୁ ମଧ୍ୟ ଟ୍ରମ୍ପ ରୁଷରୁ ତେଲ କିଣୁଥିବା ଦେଶଗୁଡିକୁ ଅଧିକ ଶୁଳ୍କ ଦେବାକୁ ବାରମ୍ବାର ଧମକ ଦେଇଥିଲେ ।
ଜିଏସଟି ପ୍ରଭାବ.. ୭୨,୦୦୦ ଟଙ୍କା ଶସ୍ତା ହେଲା; ଟାଟା ଟିଆଗୋ ଉପରେ ମିଳିବ ଜବରଦସ୍ତ ରିହାତି



