www.samajalive.in
Tuesday, December 9, 2025
17.1 C
Bhubaneswar

ଗ୍ରାମୀଣ ଭାରତର ବିକାଶ ଜରୁରୀ – ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ବିଶ୍ୱ ସମୁଦାୟ ଏକତ୍ରିତ ହୋଇ ଆତଙ୍କବାଦ ବିରୁଦ୍ଧରେ ସଂଗ୍ରାମ କରିବାକୁ ଆଗେଇ ଆସିବା ଉଚିତ। ନୂଆଦିଲ୍ଲୀରେ ଡକ୍ଟର ଏ.ପି.ଜେ. ଅବଦୁଲ୍‍ କଲାମ ତୃତୀୟ ଉଦ୍‍ଭାବନ ଓ ପ୍ରଶାସନ ସମ୍ମିଳନୀରେ ଉଦ୍‍ବୋଧନ ଦେଇ ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ କହିଛନ୍ତି, ଆତଙ୍କବାଦକୁ ସମ୍ମିଳିତ ଓ ନିରନ୍ତର ଉଦ୍ୟମ ଜରିଆରେ ଦମନ କରାଯିବା ଆବଶ୍ୟକ। ସେ କହିଛନ୍ତି, ରାଜନୈତିକ ଦଳଗୁଡ଼ିକ ସମସ୍ୱରରେ ସନ୍ତ୍ରାସବାଦ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ଦେଶ ଓ ସଶସ୍ତ୍ର ବାହିନୀ ପ୍ରତି ସମର୍ଥନ ଜଣାଇବାର ଆବଶ୍ୟକତା ରହିଛି। ଭାରତର ବିକାଶ ପାଇଁ ଯୁବପିଢ଼ି ନୂତନ ଚିନ୍ତାଧାରା ସହ ଅନୁସନ୍ଧାନରେ ବ୍ରତୀ ହେବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ବିଭେଦ ଦୂର କରିବା ଉଦ୍ଦେଶ୍ୟରେ ଗ୍ରାମୀଣ ଭାରତର ବିକାଶ ଜରୁରୀ ବୋଲି ସେ କହିଛନ୍ତି। ସେ କହିଛନ୍ତି, ପାରଦର୍ଶୀ, ଉତ୍ତରଦାୟୀ ଏବଂ ଭ୍ରଷ୍ଟାଚାରମୂକ୍ତ ଶାସନ ଭାରତକୁ ମହାଶକ୍ତିରେ ରୂପାନ୍ତରିତ କରିପାରିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories