www.samajalive.in
Monday, December 8, 2025
27.1 C
Bhubaneswar

ଭାରତ-ପାକିସ୍ତାନ ମ୍ୟାଚ୍‍ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଟିପ୍ପଣୀ 

ନୂଆଦିଲ୍ଲୀ: ଏସିଆ କପ୍‍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ବାତିଲ କରିବା ପାଇଁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଗୁରୁବାର ଜଷ୍ଟିସ୍‍ ଜେ.କେ ମାହେଶ୍ୱରୀ ଏବଂ ଜଷ୍ଟିସ୍‍ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠରେ ଆବେଦନକୁ ଉଲ୍ଲେଖ କରି ଓକିଲ ଶୁକବ୍ରାର ଏହାକୁ ତାଲିକାଭୁକ୍ତ କରିବା ପାଇଁ ଅନୁରୋଧ କରିବା ସମୟରେ ଜଷ୍ଟିସ୍‍ ମାହେଶ୍ୱରୀ କହିଛନ୍ତି ଯେ ଏତେ ଶୀଘ୍ର କ’ଣ ପାଇଁ? ଏହା କେବଳ ଏକ ମ୍ୟାଚ୍‍, ଏହାକୁ ହେବାକୁ ଦିଅ ।
ସୂଚନା ଅନୁସାରେ ଯେତେବେଳେ ଓକିଲ କହିଥିଲେ ଯେ ରବିବାର ମ୍ୟାଚ ହେବାକୁ ଯାଉଛି, ଏହା ପୂର୍ବରୁ ଯଦି ଶୁକ୍ରବାର ତାଲିକାଭୁକ୍ତ ନହୁଏ, ତେବେ ଆବେଦନ ଅର୍ଥହୀନ ହୋଇଯିବ । ସେତେବେଳେ ଜଷ୍ଟିସ୍‍ ମାହେଶ୍ୱରୀ କହିଥିଲେ ଯେ ମ୍ୟାଚ୍‍ ଏହି ରବିବାର ଦିନ? ଆମେ ଏହା ସମ୍ପର୍କରେ କ’ଣ କରିପାରିବା? ରହିବାକୁ ଦିଅ, ମ୍ୟାଚ୍‍ ହେବା ଉଚିତ୍‍ । ଏହାପରେ ଓକିଲ ଅନୁରୋଧ କରି କହିଥିଲେ ଯେ ତାଙ୍କ ମାମଲା ଶକ୍ତିଶାଳୀ କି ଦୁର୍ବଳ, କିନ୍ତୁ ମାମଲା ଅତିକମରେ ତାଲିକାଭୁକ୍ତ ହେବା ଉଚିତ୍‍ । ହେଲେ କୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି । ଏଥିରେ କୁହାଯାଇଛି ଯେ ମ୍ୟାଚ୍‍ ହେବା ଉଚିତ । ଏହି ପିଆଇଏଲ୍‍ ବର୍ତ୍ତମାନ ଆଇନ ଅଧ୍ୟୟନ କରୁଥିବା ଚାରି ଜଣ ଆବେଦନକାରୀଙ୍କ ଦ୍ୱାରା ଦାୟର କରାଯାଇଛି ।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories