www.samajalive.in
Monday, December 8, 2025
27.1 C
Bhubaneswar

ଦକ୍ଷିଣ କୋରିଆକୁ ୪-୨ ଗୋଲ୍‌ରେ ହରାଇଲା ଭାରତ

ହାଙ୍ଗଝୁ: ମହିଳା ଏସିଅା କପ୍‌ ହକି ଚମ୍ପିଆନସିପ ସୁପର-୪ର ପ୍ରଥମ ମ୍ୟାଚରେ ଭାରତ ବିଜୟୀ ହୋଇଛି। ବୁଧବାର ମ୍ୟାଚରେ ଭାରତ ୪-୨ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଖେଳର ଦୁଇ ମିନିଟ୍‌ରେ ଭାରତକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ବୈଷ୍ଣବୀ ବିଥାଲ ପାଖଲେ ଗୋଲରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ଦ୍ବିତୀୟ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ତୃତୀୟ କ୍ବାର୍ଟରରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ସଙ୍ଗୀତା କୁମାରୀ ଗୋଲରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ୩୩ ମିନିଟ୍‌ରେ ଦକ୍ଷିଣ କୋରିଆକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ କିମ ୱିଜନ ଗୋଲରେ ପରିଣତ କରି ମ୍ୟାଚକୁ ୧-୨ ସ୍ତରକୁ ଆଣିଥିଲେ। ୪୦ ମିନିଟ୍‌ରେ ଭାରତ ତୃତୀୟ ଗୋଲ ସ୍କୋର କରିଥିଲା।

ଲାଲରେମସିଆମି ଗୋଲ ଦେଇ ଭାରତକୁ ୩-୧ରେ ଆଗୁଆ କରିଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୩-୧ ଗୋଲରେ ଆଗୁଆ ରହିଥିଲା। ଅନ୍ତିମ କ୍ବାର୍ଟରରେ ଦକ୍ଷିଣ କୋରିଆ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ୫୩ ମିନିଟ୍‌ରେ ଦକ୍ଷିଣ କୋରିଆକୁ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଦଳ ପକ୍ଷରୁ କିମ୍‌ ୱିଜନ ଉକ୍ତ ପେନାଲ୍‌ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ମ୍ୟାଚକୁ ୨-୩ ସ୍ତରକୁ ଆଣିଥିଲେ। ଦକ୍ଷିଣ କୋରିଆ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣିସ ସୁଯୋଗ ଦେଇନଥିଲା। ଭାରତକୁ ୫୯ ମିନିଟ୍‌ରେ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏହାକୁ ଋତୁଜା ପିସାଲ ଗୋଲରେ ପରିଣତ କରି ଦଳକୁ ୪-୨ ଗୋଲରେ ବିଜୟୀ କରାଇଥିଲେ। ଭାରତ ଗୁରୁବାର ଚୀନ ସହ ଦ୍ବିତୀୟ ସୁପର-୪ ମ୍ୟାଚ ଖେଳିବ। ଅନ୍ୟ ଏକ ସୁପର-୪ ମ୍ୟାଚରେ ଚୀନ ୨-୦ ଗୋଲରେ ଜାପାନକୁ ପରାସ୍ତ କରି ୩ ପଏଣ୍ଟ ପାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories