www.samajalive.in
Wednesday, December 10, 2025
26.1 C
Bhubaneswar

ଆଖଣ୍ଡଳମଣିପୀଠରେ ଘୋର ପାନୀୟଜଳ ସମସ୍ୟା ; ୫ଦିନ ପରେ ଜାଗରଯାତ୍ରା

– ଅନେକ ନଳକୂପ ଅଚଳ,-ମରାମତି ହୋଇ ପାରିଲାନି ପାନୀୟଜଳ ପଏଣ୍ଟ,-୨ଦିନ ହେଲା ମିଳୁନି ଭୂତଳ ପାଇପ ଜଳ

ଆରଡି : ଆଉମାତ୍ର ୫ଦିନ ପରେ ପ୍ରସିଦ୍ଧ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଜାଗରଯାତ୍ରା। ଏଥିପାଇଁ ଦୁଇ ଦୁଇ ଥର ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ସରିଲାଣି। ହେଲେ ପୂର୍ବପରି ପୀଠରେ ଲାଗି ରହିଛି ପାନୀୟଜଳ ସମସ୍ୟା। ବିଶେଷକରି ଚଳିତ ଜାଗରଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହେବ ବୋଲି ଉଭୟ ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ଆକଳନ କରାଯାଇଛି। ତେବେ କେତେକ ବିଭାଗର ଖାମଖିଆଲି ମନଭାବ ଯୋଗୁ ପୀଠରେ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ପାରି ନାହିଁ । ଏପରିକି ପୀଠର ବସଷ୍ଟାଣ୍ଡ, ଭାଟିଆପଦା ଆଦି ସ୍ଥାନରେ ନଳକୂପ ଅକାମୀ ହୋଇ ପଡିରହିଛି। ସେହିପରି ପୀଠରେ ହାତ ଗଣତିରେ ଥିବା ପାନୀୟଜଳ ପଏଣ୍ଟ ଗୁଡିକ ମରାମତି ଅଭାବରୁ କେଉଁଠି ଦିନତମାମ ପାଣି ବୋହୁଛି ତ ଆଉ କେଉଁଠି ପାଇପ ଜାମ ରହିଥିବାରୁ ପାଣି ବାହାରୁନି । ସବୁଠାରୁ ବଡକଥା ହେଲା ଭୁତଳ ପାଇପ ଜଳକୁ ସିଧାସଳଖ ମଣିବାବାଙ୍କ ଶିବଗଙ୍ଗା ପୁଷ୍କରିଣୀକୁ ଛଡା ଯାଇଥିବାରୁ ସ୍ଥାନୀୟ ଅଧିବାସୀ ୨ଦିନ ହେଲା ପିଇବା ପାଣିରୁ ବଞ୍ଚିତ ରହିଛନ୍ତି। ଏପରି ସମସ୍ୟା ବାବଦରେ ବିଭାଗୀୟ ଅଧିକାରୀଙ୍କୁ ଯୋଗେଯାଗ କରିଥିଲେ ମଧ୍ୟ କୈାଣସି ଉତ୍ତର ମିଳି ପରିନଥିଲା । ଅନ୍ୟପଟେ ପୀଠରେ ଗତ ମଙ୍ଗଳବାର ଠାରୁ ବାରମ୍ବାର ବିଦ୍ୟୁତ କାଟ ଲାଗି ରହିଥିବାରୁ ନାନା ସମସ୍ୟା ଦେଖା ଦେଇଛି।

 

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories