www.samajalive.in
Tuesday, December 9, 2025
16.1 C
Bhubaneswar

ଇସ୍ରାଏଲ ଉପରେ ହୁତିର ଆକ୍ରମଣ

ତେଲଆଭିଭ୍‌: ୟେମେନରେ ସକ୍ରିୟ ଥିବା ହୁତି ଆତଙ୍କବାଦୀ ସଂଗଠନ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ରବିବାର ହୁତି କରିଥିବା ଡ୍ରୋନ ଆକ୍ରମଣରେ ଇସ୍ରାଏଲର ଏକ ବିମାନବନ୍ଦର କ୍ଷତିଗ୍ରସ୍ତ ହୋଇଛି। ଇଲାଟ୍‌ ସହରସ୍ଥିତ ରୋମାନ ଏୟାରପୋର୍ଟର ଯାତ୍ରୀ ଆଶ୍ରୟସ୍ଥଳ ନଷ୍ଟ ହୋଇଛି। ଏହି ଆକ୍ରମଣ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଇସ୍ରାଏଲ ମିଲିଟାରୀ ମୁଖପାତ୍ର ହୁତିର ଆକ୍ରମଣ ସମ୍ପର୍କରେ ସ୍ପଷ୍ଟ କରିବା ସହିତ ଏହାର ତଦନ୍ତ କରାଯାଉଥିବା କହିଛନ୍ତି। ରୋମାନ ବିମାନବନ୍ଦର ଇସ୍ରାଏଲର ଇଲାଟ ସହର ନିକଟରେ ଅବସ୍ଥିତ। ଏହା ଜୋର୍ଡାନ, ଇଜିପ୍ଟ ସୀମାରେ ଅବସ୍ଥିତ। ଏଠାରୁ ଘରୋଇ ବିମାନ ସବୁ ଉଡାଣ କରିଥାଏ। ଆକ୍ରମଣ ସମ୍ପର୍କରେ ହୁତି ପକ୍ଷରୁ କୁହାଯାଇଛି ଯେ ପାଲେଷ୍ଟାଇନର ଗାଜା ଉପରେ ଇସ୍ରାଏଲ କରୁଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ଏପରି ଆକ୍ରମଣ ହୋଇଛି। ଏହା ସହିତ ନିକଟରେ ଇସ୍ରାଏଲ ହୁତି ବିଦ୍ରୋହୀଙ୍କ ଉପରେ ନିକଟରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ହୁତିର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା।

୧୫ ସେପ୍ଟେମ୍ବର ପରେ ଏହି ୪ ରାଶିଙ୍କ ପାଇଁ ଆସୁଛି ବଡ ଖୁସି ; ଶୁକ୍ର ଚଳନ ପରେ ହେବେ ହଠାତ୍‌ ଧନୀ, ମିଳିବ ସଫଳତା..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories