www.samajalive.in
Sunday, December 7, 2025
26.1 C
Bhubaneswar

ବିମାନ ଉଡ଼ୁନି, ବିକାଶ ଚକ ଗଡ଼ୁନି

ରାଉରକେଲା: ରାଉରକେଲା ଆକାଶରେ ବିମାନ ଉଡ଼ୁନି, ଏପଟେ ବିକାଶର ଚକ ଗଡ଼ୁନି। ସ୍ମାର୍ଟସିଟିବାସୀଙ୍କ ପାଇଁ ନିୟମିତ ବିମାନ ସେବା ସ୍ବପ୍ନ ପାଲଟିଥିବାବେଳେ ଏହି ସେବା ଅଭାବରୁ ସ୍ମାର୍ଟସିଟିର ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ର ଭଳି ସବୁକିଛି ବ୍ୟାପକ ପ୍ରଭାବିତ ହେଉଛି। ୨୦୨୩ ପୁରୁଷ ହକି ବିଶ୍ୱକପ ବେଳେ ରାଉରକେଲାରେ ବହୁ ପ୍ରତୀକ୍ଷିତ ବିମାନସେବା ଆରମ୍ଭ ହେଲା। ଏହା ଦ୍ୱାରା ଜିଲାବାସୀଙ୍କ ମଧ୍ୟରେ ଏକ ନୂଆ ଉତ୍ସାହ ସୃଷ୍ଟି ହୋଇଥିଲା। ପରବର୍ତ୍ତୀ ସମୟରେ ନାନାଦି କାରଣରୁ ଏହା ବାତିଲ ହେଉଥିଲେ ମଧ୍ୟ ପୁନର୍ବାର ସେବା ସ୍ୱାଭାବିକ ହେଉଥିଲା, କିନ୍ତୁ ଗତ ଜୁଲାଇ ୧୬ରୁ ବାତିଲ ହୋଇଥିବା ବିମାନସେବା ଆଉ ଆରମ୍ଭ ହୋଇପାରୁ ନ ଥିବାରୁ ଆନ୍ଦୋଳନ ଦାନା ବାନ୍ଧିବାରେ ଲାଗିଛି।
ରାଉରକେଲାରେ ଏନଆଇଟି ଭଳି ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ ରହିଥିବା ବେଳେ ରାଜ୍ୟର ଏକମାତ୍ର ବୈଷୟିକ ବିଶ୍ୱବିଦ୍ୟାଳୟ ବିପିୟୁଟି ରହିଛି। ଏନଆଇଟିରେ କେବଳ ଦେଶର ବିଭିନ୍ନ ରାଜ୍ୟରୁ ନୁହେଁ ବରଂ ବିଦେଶର ଶତାଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଶ୍ରୀଲଙ୍କା, କାନାଡ଼ା, ଭୁଟାନ, ନେପାଳ, ମରିସସ ଆଦି ଦେଶର ଶିକ୍ଷାର୍ଥୀ ଅଧ୍ୟୟନ ପାଇଁ ଏଠାକୁ ଆସୁଥିବା ବେଳେ ସେମାନଙ୍କ ଅଭିଭାବକ ମଧ୍ୟ ଆସିଥାନ୍ତି। କେବଳ ସେତିକି ନୁହେଁ ଏନଆଇଟିକୁ ବିଭିନ୍ନ ସମୟରେ ବିଦେଶରୁ ଫାକଲ୍‌ଟିମାନେ ଆସି ଶିକ୍ଷାଦାନ କରୁଛନ୍ତି। ସ୍ବଳ୍ପ ସମୟରେ ପହଞ୍ଚି ଶିକ୍ଷାଦାନ କରି ପୁଣି ଫେରିଯିବା ଅସମ୍ଭବ ହେଉଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେହିପରି ବିପିୟୁଟିକୁ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ରାଜ୍ୟର ଛାତ୍ରଛାତ୍ରୀ ଆସୁଛନ୍ତି।

ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଉରକେଲା ବହୁ ପଛରେ ଥିବାବେଳେ ଏଠାରେ ଥିବା ସୁପର ସ୍ପେସାଲିଟି ହସ୍ପିଟାଲରେ ପୂର୍ବରୁ ଥିବା ବିଶେଷଜ୍ଞ ଡାକ୍ତରମାନେ ଯୋଗଯୋଗ ବ୍ୟବସ୍ଥାର ଅଭାବ ପାଇଁ କଲକାତା ଏବଂ ଦକ୍ଷିଣଭାରତ ଭଳି ନିଜ ରାଜ୍ୟକୁ ଫେରିଯାଉଛନ୍ତି। ଏହାସହ ଦେଶର ବିଭିନ୍ନ ଶାଖାରେ ଥିବା ବିଶେଷଜ୍ଞ ଡାକ୍ତରମାନେ ମଧ୍ୟ ଏହି ଯୋଗାଯୋଗ ବ୍ୟବସ୍ଥା ପାଇଁ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଶିଳ୍ପ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା ସୃଷ୍ଟି ହୋଇଛି। ଶିଳ୍ପ ସମୃଦ୍ଧ ସୁନ୍ଦରଗଡ଼ ଜିଲାରେ ରାଉରକେଲା ଇସ୍ପାତ କାରଖାନା ସମେତ ୨୧ଟି ବୃହତ ଶିଳ୍ପ, ୨୧ଟି ମଧ୍ୟମ ଶିଳ୍ପ, ୫୩ଟି କ୍ଷୁଦ୍ର ଶିଳ୍ପ ସହ ବହୁ ସଂଖ୍ୟାରେ ଅଣୁ ଶିଳ୍ପ ରହିଛି। ସ୍ଥାନୀୟ ଶିଳ୍ପପତିଙ୍କ ସହ ବାହାରୁ ଆସୁଥିବା ଶିଳ୍ପପତିଙ୍କ ପାଇଁ ବିମାନ ସେବା ଅଭାବ ଏକ ପ୍ରମୁଖ ସମସ୍ୟା ସୃଷ୍ଟି କରିଛି। ପର୍ଯ୍ୟଟନ କ୍ଷେତ୍ର ମଧ୍ୟ ଯୋଗାଯୋଗ ବ୍ୟବସ୍ଥା ପାଇଁ ବହୁ ମାତ୍ରାରେ ପ୍ରଭାବିତ ହେଉଛି। ହକି ବିଶ୍ୱକପ ବେଳେ ବିମାନସେବା ପାଇଁ ଦେଶ ବିଦେଶର ଦର୍ଶକଙ୍କୁ ଏଠାରେ ଦେଖିବାକୁ ମିଳୁଥିଲା। ପରବର୍ତ୍ତୀ ସମୟରେ ବିମାନସେବାର ଅବ୍ୟବସ୍ଥା ଏହାକୁ ପ୍ରଭାବିତ କରିଛି। ଗତ ମେ ଏବଂ ଜୁନ ମାସର ଏକ ଚିତ୍ରକୁ ଦେଖିଲେ ଏଠାକୁ କେବଳ ୨ମାସରେ ୩୦ଜଣ ପର୍ଯ୍ୟଟକ ଆସିବା ସହ ୧୧୫ଦିନ ବିତାଇଛନ୍ତି। ଓଡ଼ିଶାର ବିଭିନ୍ନ ଅଞ୍ଚଳ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଏହି ୨ମାସରେ ୪୨୪୬୩ ପର୍ଯ୍ୟଟକ ଆସିଛନ୍ତି। ଏହାକୁ ଦେଖିଲେ ନିୟମିତ ଓ ପୂର୍ଣ୍ଣାଙ୍ଗ ବିମାନସେବା ଏହି କ୍ଷେତ୍ରର ଅଭିବୃଦ୍ଧିକୁ ଏକ ନୂଆରୂପ ଦେଇପାରନ୍ତା ବୋଲି ଆଶା ପ୍ରକାଶ ପାଇଛି।

- Advertisement -

ଆଲିୟାନ୍ସ ଏୟାରର ଚୁକ୍ତିନାମା ଅକ୍ଟୋବର ମାସରେ ଶେଷ ହେବ। ଝାରୁସଗୁଡ଼ା ପରି ଏଠାରେ ବିକଳ୍ପ ବିମାନସେବା ପାଇଁ ଦାବି ହେଉଛି। ସ୍ଥାନୀୟ ସାଂସଦ ନୀରବତା ଅବଲମ୍ବନ କରୁଥିବା ବେଳେ ଜିଲାର ଲୋକପ୍ରତିନିଧିଙ୍କ ସ୍ୱର ମଧ୍ୟ ଶାଣିତ ହେଉନାହିଁ। ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତୀଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ପତ୍ର ଲେଖି ତାଙ୍କର ଦାୟିତ୍ୱ ସାରି ଦେଇଛନ୍ତି। ତେଣୁ ରାଉରକେଲା ପାଇଁ ନିୟମିତ ଓ ପୂର୍ଣ୍ଣାଙ୍ଗ ବିମାନସେବା ଜରୁରୀ ହୋଇପଡ଼ିଛି।

୧୫ ସେପ୍ଟେମ୍ବର ପରେ ଏହି ୪ ରାଶିଙ୍କ ପାଇଁ ଆସୁଛି ବଡ ଖୁସି ; ଶୁକ୍ର ଚଳନ ପରେ ହେବେ ହଠାତ୍‌ ଧନୀ, ମିଳିବ ସଫଳତା..

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories