www.samajalive.in
Sunday, December 7, 2025
15.1 C
Bhubaneswar

ରବିବାର ରାଶିଫଳ: ବାଣିଜ୍ୟରେ ଲାଭ ସହ ମିଳିବ ଖୁସି ଖବର, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- ରବିବାର ସଫଳତା ପ୍ରାପ୍ତ ହେବ। ସୋମବାର ଓ ମଙ୍ଗଳବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ବୁଧବାର ଓ ଗୁରୁବାର ସୁସମ୍ବାଦ ପ୍ରାପ୍ତ କରିବେ। ନୂତନ ନିଯୁକ୍ତି ମିଳିପାରେ। ପାରିବାରିକ ସୁଖ ଲାଭ ହେବ। ଶୁକ୍ରବାର ଓ ଶନିବାର ମଧ୍ୟମ ଫଳ ଲାଭ ହେବ। ଭାବିଚିନ୍ତି କାର୍ଯ୍ୟ କଲେ ବିପଦରୁ ଏଡ଼ାଇ ଯିବେ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ଓ ବଜରଙ୍ଗବାଣ ପାଠ କରନ୍ତୁ।

ବୃଷ- ରବିବାର ଜଗିରଖି ଚଳିବେ। ଅପମାନିତ ହୋଇପାରନ୍ତି। ସୋମବାର ଓ ମଙ୍ଗଳବାର ସଫଳତା ପ୍ରାପ୍ତ ହେବ। ନୂତନ ଜମି କିଣିପାରନ୍ତି। କୃଷିଜାତ ଦ୍ରବ୍ୟରୁ ଲାଭବାନ ହେବେ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ଦ୍ବନ୍ଦ୍ବ ପରିଲକ୍ଷିତ ହେବ। ପ୍ରତିଷ୍ଠା କ୍ଷୁଣ୍ଣ ହୋଇପାରେ। ଶତ୍ରୁ ବୃଦ୍ଧି ହେବେ। ମହିଳା ଓ ବିଦ୍ୟାର୍ଥୀ ଶାନ୍ତିଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।

- Advertisement -

ମିଥୁନ- ରବିବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ସୁସ୍ବାଦୁ ଭୋଜନପ୍ରାପ୍ତ ହେବ। ସୋମବାର ଓ ମଙ୍ଗଳବାର ଦୂରଯାତ୍ରା କରିବା ମନା। ପାରିବାରିକ କଳହ ଦେଖାଦେବ। ବୁଧବାର ଓ ଗୁରୁବାର କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ। ଭ୍ରମଣ ପ୍ରିୟ ହେବେ। ଶୁକ୍ରବାର ଓ ଶନିବାର ଆଧ୍ୟାତ୍ମିକବାଦୀ ହେବେ। ଦାନଶୀଳ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କୁ ଆରାଧନା କରନ୍ତୁ।

କର୍କଟ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଯୋଜନା ଅନୁସାରେ କାର୍ଯ୍ୟ କରି ସଫଳତା ପାଇବେ। ବୁଧବାରଠାରୁ ଶନିବାର ପର୍ଯ୍ୟନ୍ତ ସମସ୍ୟା ସମାଧାନରେ ବ୍ରତୀ ହେବେ। ସ୍ତ୍ରୀ ହେତୁକ ଧନଲାଭ ହେବ। ଶାରୀରିକ ସମସ୍ୟା ଦୂରହେବ। ସାମାଜିକ କାର୍ଯ୍ୟକରି ପ୍ରତିଷ୍ଠା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ରିଷ୍ଟଖଣ୍ଡନ ପାଇଁ ମା’ ଭୁବନେଶ୍ବରୀଙ୍କ ମନ୍ତ୍ର ଜପ କରନ୍ତୁ।

ସିଂହ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଉଦ୍ୟମେ କାର୍ଯ୍ୟସିଦ୍ଧି ହେବ। ଯୋଜନାର ପରିପୂର୍ଣ୍ଣତା ପାଇଁ କାର୍ଯ୍ୟ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ଗବେଷଣାଯୁକ୍ତ ହେବେ। ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ପଦୋନ୍ନତି ପ୍ରାପ୍ତ ହେବ। ସୌଖୀନ ଦ୍ରବ୍ୟ କିଣାକିଣି କରିବେ। ଶନିବାର ଜଗିରଖି ଚଳିବେ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ମହିଳା ଓ ବିଦ୍ୟାର୍ଥୀ ଶ୍ରୀ ଯୁକ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।

କନ୍ୟା- ରବିବାର ଅସୁବିଧାରେ ପଡ଼ିବେ। ପ୍ରଗତିରେ ପଥରୋଧ ହେବ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଋଣମୁକ୍ତି ପାଇଁ ପ୍ରୟାସ କରିବେ। ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ ଆର୍ଥିକ ସୁଖ ଲାଭ ହେବ। ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ବୁଂ ବୁଧାୟ ନମଃ ମନ୍ତ୍ର ଜପ କରନ୍ତୁ।

ତୁଳା- ରବିବାର ପ୍ରୀତିଲାଭ କରିବେ। ସର୍ଜନଶୀଳ ହେବେ। ସୋମବାର ଓ ମଙ୍ଗଳବାର ଜଗିରଖି ଚଳନ୍ତୁ। ଦୁର୍ଘଟଣାଗ୍ରସ୍ତ ହୋଇପାରନ୍ତି। ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବ। ବୁଧବାର ଓ ଗୁରୁବାର କର୍ମାଶ୍ରୟୀ ହେବେ। ମଧ୍ୟମ ଲାଭ ସଂଘଟିତ ହେବ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ଓ ବ୍ୟବସାୟରେ ସଫଳତା ଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ଯଶପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କନକଧାରା ସ୍ତୋତ୍ର ପାଠ କରନ୍ତୁ।

ବିଛା- ରବିବାର ଜଗିରଖି ଚଳିବେ। ଶତ୍ରୁ ଦ୍ବାରା ପରାସ୍ତ ହେବେ। ସୋମବାର ଓ ମଙ୍ଗଳବାର ଶ୍ରୀ ଯୁକ୍ତ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତି ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ଠକାମିର ଶିକାର ହୋଇପାରନ୍ତି। ଦ୍ରବ୍ୟ ଚୋରି ହୋଇପାରେ। ଶୁକ୍ରବାର ଓ ଶନିବାର ଦେବଦର୍ଶନରେ ଆନନ୍ଦପ୍ରାପ୍ତି ହେବ। ଆର୍ଥିକ ସ୍ବଚ୍ଛଳତା ପ୍ରାପ୍ତ କରିବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।

ଧନୁ- ରବିବାର ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ସୋମବାର ଓ ମଙ୍ଗଳବାର କର୍ମକ୍ଷେତ୍ରରେ ଦ୍ବନ୍ଦ୍ବ ଦେଖାଦେବ। ଶାରୀରିକ ଅସୁସ୍ଥତା ଦେଖାଦେବ। ବୁଧବାର ଓ ଗୁରୁବାର ଆନନ୍ଦଚିତ୍ତ ହେବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ଶୁକ୍ରବାର ଓ ଶନିବାର ଅଯଥା ଖର୍ଚ୍ଚାନ୍ତର ଶିକାର ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟଖଣ୍ଡନ ପାଇଁ ସ୍କନ୍ଦ କବଚ ପାଠ କରନ୍ତୁ।

ମକର- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସାମାନ୍ୟ ପ୍ରୟାସରେ ଅଟକିଥିବା କାର୍ଯ୍ୟ ସାରିବା ପାଇଁ ପ୍ରୟାସ କରିବେ। ବୁଧବାର ଓ ଗୁରୁବାର ବିବାଦରେ ପଡ଼ିପାରନ୍ତି। ଯାତ୍ରାଜନିତ ଦୁର୍ଘଟଣାର ସମ୍ମୁଖୀନ ହେବେ। ଶୁକ୍ରବାର ଓ ଶନିବାର ସାମାଜିକ ପ୍ରତିଷ୍ଠା ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଷ୍ଟକ ପାଠ କରନ୍ତୁ।

କୁମ୍ଭ- ରବିବାର ଓ ସୋମବାର ପ୍ରତିଯୋଗିତାରେ ବିଜୟୀ ହେବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଆୟ ବୃଦ୍ଧି ହେବ। ପଦୋନ୍ନତି ପାଇବେ। ଶୁକ୍ରବାର ଓ ଶନିବାର ରାଜଦଣ୍ଡର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳନ୍ତୁ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।

ମୀନ- ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦକ୍ଷତା ଅନୁସାରେ କର୍ମ କରି ସମ୍ବର୍ଦ୍ଧିତ ହେବେ। ବୈବାହିକ ସମସ୍ୟା ଦୂରହେବ। ବୁଧବାର ଓ ଗୁରୁବାର ମା’ଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା କରିବେ। ଶୁକ୍ରବାର ଓ ଶନିବାର ବନ୍ଧୁ ସହଯୋଗ ଲାଭ ହେବ। ପାରିବାରିକ ଆନନ୍ଦପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଭ୍ରମଣପ୍ରିୟ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ତାରେ ତୁତାରେ ତୁରେ ସ୍ବାହା ମନ୍ତ୍ର ଜପ କରନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories