www.samajalive.in
Monday, December 8, 2025
20.1 C
Bhubaneswar

ଗୋପାଳପୁର ଥାନା ପରିସରରେ ଛାତ୍ରୀ ଫିନାଇଲ ପିଇବା ଘଟଣା, ପୁରୁଷ ବନ୍ଧୁ ଗିରଫ

ଗୋପାଳପୁର : ଗୋପାଳପୁର ଥାନା ପରିସରରେ ପୁରୁଷ ବନ୍ଧୁଙ୍କ ସହ ଯାଇଥିବା ନାବାଳିକା ଛାତ୍ରୀ ଜଣକ ଫିନାଇଲ ପିଇ ଗୁରୁତର ହେବା ଘଟଣା ନୂଆ ମୋଡ ନେଇଛି । ଆଜି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା ଶ୍ରବଣ ବିବେକ କୁମାରଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ଏନେଇ ସୂଚନା ଦିଆଯାଇଛି । ପୁଲିସ ପକ୍ଷରୁ ୩୧୬/୨୫ ରେ ଏକ ମାମଲା ରୁଜୁ କରାଯାଇ ପୁରୁଷ ବନ୍ଧୁଙ୍କ ସହ  ସର୍ଟ ଷ୍ଟେ ହୋମର ମାଲିକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଯୋଗିଆପଲ୍ଲୀର କେଦାର ଦାସ ଓ ଗୋପାଳପୁର  ମାଲିକ ଯୋଗେନ୍ଦ୍ର କୁମାର ସିଂହ । ପୁଲିସ ସୁଚନା ମୁତାବକ ଗତ ସୋମବାର ଅପରାହ୍ନ ସାଢେ଼ ୩ ଟା ବେଳେ ନାବାଳିକା ଓ ପୁରୁଷ ବନ୍ଧୁ ଥାନାରେ ପହଞ୍ଚି ସର୍ଟ ଷ୍ଟେ ହୋମର ମାଲିକ ଯୋଗେନ୍ଦ୍ର ସେମାନଙ୍କୁ ଅସଦ ବ୍ୟବହାର କରିଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ପକ୍ଷରୁ ଏହା ନେଇ ତଦନ୍ତ କରାଯାଇ ଛାତ୍ରୀ ଜଣକ ନାବାଳିକା ଥିବାରୁ ସେମାନଙ୍କ ପରିବାରକୁ ଅବଗତ କରାଯାଇଥିଲା। ପରିବାର ଥାନାରେ ପହଞ୍ଚିବା କ୍ଷଣି ନାବାଳିକା ଜଣକ ଭୟଭୀତ ହୋଇ ବ୍ୟାଗରେ ଥିବା ୫୦ ମିଲିର ଏକ ବୋତଲକୁ ପାଟିରେ ପୁରାଇ ଦେଇଥିଲେ।

ଏହାକୁ ଦେଖି ପୁଲିସ ତତକ୍ଷଣାତ୍ ନାବାଳିକାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତରିତ କରି ଚିକିତ୍ସିତ କରାଇଥିଲା ।  ଚିକିତ୍ସା ପରେ‌ ନାବାଳିକା ସୁସ୍ଥ ଥିବା ଡାକ୍ତରମାନେ କହିଥିଲେ। କିନ୍ତୁ ୨୪ ଘଣ୍ଟା ଅବର୍ଜରଭେସନରେ ରଖିବାକୁ କୁହାଯିବାରୁ ନାବାଳିକାଙ୍କୁ ମେଡିକାଲରେ ରଖାଯାଇଥିଲା। ଅନ୍ୟପଟେ ନାବାଳିକାଙ୍କ ମା ଯୁବକଙ୍କ ବିରୁଦ୍ଧରେ ତାଙ୍କ ଝିଅକୁ ଅପହରଣ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଯୁବକ ସହିତ ସର୍ଟ ଷ୍ଟେ ହୋମ୍ ମାଲିକଙ୍କୁ ଗିରଫ କରାଯାଇଛି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories