www.samajalive.in
Monday, December 8, 2025
27.1 C
Bhubaneswar

ଗୋପବନ୍ଧୁ ହଷ୍ଟେଲ ଗେଟରେ ତାଲା ମାରିଲେ, ବ୍ୟାପକ ଫୋର୍ସ ମୁତୟନ

ଭୁବନେଶ୍ବର – ଉତ୍କଳ ବିଶ୍ବ ବିଦ୍ୟାଳୟ ବା ବାଣୀ ବିହାରରେ ପୁଣି ଛାତ୍ର ଉତ୍ତେଜନା ।  ମଙ୍ଗଳବାର ରାତି ପ୍ରାୟ ଆଠ ପର ଠାରୁ ଏହି ଉତ୍ତେଜନା ବୃଦ୍ଧି ପାଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଖବର ଅନୁସାରେ ସ୍ଥିତି ଏପରି ହୋଇଥିଲା ଯେ  ଅଣଛାତ୍ରମାନେ ଏକ ନମ୍ବର ହଷ୍ଟେଲ ବା ‘ଗୋପବନ୍ଧୁ ଛାତ୍ରବାସ’ରେ ଫାଟକରେ ତାଲା ପକାଇ ଦେଇଥିଲେ । ଏମିତି କି ହଷ୍ଟେଲ ୱାର୍ଡେନଙ୍କୁ ହଷ୍ଟେଲ ଭିତରକୁ ପ୍ରବେଶ କରିବା ପାଇଁ ଦେଇ ନଥିଲେ l ଟେକା ପଥର ମାଡ଼ ହୋଇଥିବା ବି ଖବର ଆସିଛି । ହେଲେ ପୋଲିସ ଏନେଇ କୌଣସି ସୂଚନା ଦେଇ ନାହିଁ । ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବୁଧବାର ଏହି ସମସ୍ୟା ଉପରେ ଆଲୋଚନା ହେବ ବୋଲି କିଛି ଛାତ୍ର କହିଛନ୍ତି ।  ମିଳିଥିବା ଖବର ଅନୁସାରେ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ନିର୍ଦ୍ଦିଷ୍ଟ ହଷ୍ଟେଲରୁ ଅଣଛାତ୍ର କାଢିବା ପାଇଁ ନୋଟିସ ଜାରି କରିଥିଲେ । ହେଲେ ଅନ୍ୟ ତିନୋଟି ହଷ୍ଟେଲ୍ ଏହି ନୋଟିସରୁ ବାଦ୍ ପଡିଥିଲା । ଏପରି ପାତର ଅନ୍ତର କାହିଁକି କରାଯାଉଛି ପ୍ରତିବାଦ କରି ଏହି ଉତ୍ତେଜନା ପ୍ରକାଶ ପାଇଛି ବୋଲି ଜଣା ପଡ଼ିଛି । କିନ୍ତୁ ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ ଏ ନେଇ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି ।

 

 

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories