ନୂଆ ଭାରତ ମୋ ସ୍ବପ୍ନ: ମୋଦୀ

0

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ଭାରତୀୟ ବିଜ୍ଞାନ ଭବନରେ ବୁଧବାର ରାଷ୍ଟ୍ରୀୟ ଯୁବ ସଂସଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଯୁବ ପ୍ରତିନିଧିମାନଙ୍କୁ ପୁରସ୍କୃତ କରିବା ସହ ଉଦବୋଧନ ଦେଇଥିଲେ। ଏହି ଅବସରରେ ମୋଦୀ କହିଥିଲେ ଯେ, ମୋ ସାମ୍ନାରେ ‘ନୂଆ ଭାରତ’ର ଛବି ରହିଛି। ଏହା ହିଁ ମୋ ସ୍ବପ୍ନ। ଲୋକଦେଖାଣିଆ ଭାବେ କାର୍ଯ୍ୟ କରିବାରେ ମୋର ବିଶ୍ଵାସ ନାହିଁ। ନୂଆ ବିଚାରଧାରା ଅନୁସାରେ କାର୍ଯ୍ୟ କରିବା ମୋର ସ୍ବଭାବ। ପ୍ରତ୍ୟେକ କଥା ମୁଁ ଆଗୁଆ କହୁନାହିଁ। ଧୀରେ ଧୀରେ ସବୁ କଥା ସାମ୍ନାକୁ ଆଣୁଛି। ମହାତ୍ମାଗାନ୍ଧୀଙ୍କ ସମ୍ପର୍କରେ ସେ କହିଥିଲେ ଯେ, ଗାନ୍ଧିଜୀଙ୍କ ଭଳି ସବୁଠାରୁ ବଡ଼ ଯୋଗସୂତ୍ର ରକ୍ଷାକାରୀ ବ୍ୟକ୍ତି ଏହି ଶତାବ୍ଦୀରେ କେହି ନାହାନ୍ତି। ଆମମାନଙ୍କ କଥା ପ୍ରଭାବୀ ହେଉ କି ନ ହେଉ, ପ୍ରେରଣାଦାୟୀ ହେବା ଉଚିତ। ମୁହଁରୁ ବାହାରୁଥିବା ଶବ୍ଦ ତୀର ଭଳି ଠିକ୍‌ ଜାଗାରେ ବାଜିବା ଦରକାର ବୋଲି ମୋଦୀ ଯୁବ ପ୍ରତିନିଧିମାନଙ୍କୁ କହିଥିଲେ।

Leave A Reply