ଦେବଗଡ: ୪ ଦିନ ପୂର୍ବେ ନିଖୋଜ ହୋଇଯାଇଥିବା ଜଣେ ବୃଦ୍ଧାଙ୍କ ମୃତଦେହ ଶୁକ୍ରବାର ଟିକିରା ନଦୀରୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବୃଦ୍ଧା କୁଣ୍ଢେଇଗୋଳା ଥାନା କୁରଡପୋଶି ଗ୍ରାମର ସ୍ୱର୍ଗତଃ କୁଞ୍ଜ ବିହାରୀ ପ୍ରଧାନଙ୍କ ସ୍ତ୍ରୀ ରଙ୍ଗବତୀ ପ୍ରଧାନ (୭୦) ବୋଲି ଜଣାପଡିଛି। ରଙ୍ଗନତୀ ପ୍ରାୟ ୪ ଦିନ ପୂର୍ବରୁ ନିଖୋଜ ଥିବାବେଳେ ଏନେଇ ପରିବାର ପକ୍ଷରୁ କୁଣ୍ଢେଇଗୋଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ସକାଳେ କେତେକ ଲୋକ କୁଣ୍ଢେଇଗୋଳା ସ୍ଥିତ ଟିକିରା ପୋଲ ତଳେ ଟିକିରା ନଦୀ କୂଳେ ରଙ୍ଗବତୀଙ୍କ ମୃତଦେହ ଭାସୁଥିବା ଦେଖି ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ଏନେଇ ପରିବାର ଲୋକେ କୁଣ୍ଢେଇଗୋଳା ଥାନା ପୁଲିସକୁ ସୂଚନା ଦେବାରୁ ପୁଲିସ ଘଟଣାସ୍ଥଳରେ ପହଂଚି ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର କାରଣ ବର୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ଏହା ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ଆବାସ ଯୋଜନାରୁ ବଞ୍ଚିତ ୮୦ ବର୍ଷୀୟ ବୃଦ୍ଧା ; ଲଗାଣ ବର୍ଷାରେ ଭାଙ୍ଗିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଲା ଜୀବନ



