www.samajalive.in
Sunday, December 7, 2025
23.1 C
Bhubaneswar

ଆବାସ ଯୋଜନାରୁ ବଞ୍ଚିତ ୮୦ ବର୍ଷୀୟ ବୃଦ୍ଧା ; ଲଗାଣ ବର୍ଷାରେ ଭାଙ୍ଗିଲା ଘର କାନ୍ଥ, ଅଳ୍ପକେ ବର୍ତ୍ତିଲା ଜୀବନ

ଫୁଲବାଣୀ: ରାଜ୍ୟ ଓ କେନ୍ଦ୍ର ସରକାର ଅସହାୟ ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନାରେ ଆବାସ ଗୃହ ଯୋଗାଇ ଦେଉଥିବା ବେଳେ ଆବାସ ଗୃହ ପ୍ରକୃତ ହିତାଧିକାରୀମାନଙ୍କ ପାଖରେ ନ ପହଞ୍ଚି ଅଯୋଗ୍ୟ ହିତାଧିକାରୀ ଆବାସ ଗୃହ ହାତଉ ଥିବାରୁ ଯୋଗ୍ୟ ଆବାସ ହିତାଧିକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତର ୨ ନମ୍ବର ୱାର୍ଡ ଡାଙ୍ଗେଡ଼ି କିଆ ବରସାହିର ଜଣେ ଅସହାୟ ବିଧବା ମହିଳାଙ୍କ ପରିବାରକୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ମିଳି ପାରିନାହିଁ। ବର୍ତମାନ ବୟସ ୮୦ ବର୍ଷରୁ ଅଧିକ ହୋଇଥିବା ବେଳେ କାଗଜ ପତ୍ର ଠିକ ନଥିବାରୁ ଭତ୍ତା ମଧ୍ୟ ଏକ ହଜାର ଟଙ୍କା ମିଳୁଛି। ସ୍ୱାମୀ ମାର୍କଣ୍ଡ ଦିଗାଲଙ୍କର ୩୦ ବର୍ଷ ତଳେ ଦେହାନ୍ତ ହେବା ପରେ ୨ ପୁଅକୁ ନେଇ ରହୁ ଥିଲେ। କିନ୍ତୁ ସାନ ପୁଅ ମାଁକୁ ଛାଡି ଦୀର୍ଘ ବର୍ଷ ପୂର୍ବରୁ ଭୁବନେଶ୍ୱରରେ ରହି କୁଲି ମଜୁରୀ କରି ଚଳୁଛନ୍ତି। ବଡ଼ ପୁଅ ଆଖିକୁ ଦେଖାଯାଉନଥିବା ବେଳେ ସେ ମଧ୍ୟ ମେଡିକାଲରେ ଅସହାୟ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ବର୍ତମାନ ଭଙ୍ଗା ଦଦରା ଘରେ ବଡ଼ ପୁଅର ପୁଅ ନାତିକୁ ଧରି ବଡ଼ କଷ୍ଟରେ ରହୁଥିଲେ। କିନ୍ତୁ ଗତ କିଛି ଦିନ ହେବ ଲଗାଣ ବର୍ଷାରେ ରାତିରେ ଘର ଭିତରେ ଶୋଇଥିବା ଅବସ୍ଥାରେ ଘରର ଗୋଟିଏ ପଟ କାନ୍ଥ ଭୁଶୁଡି ପଡିଛି। ଜୀବନ ବଞ୍ଚି ଯାଇଥିଲେ ମଧ୍ୟ ବର୍ତମାନ ଭଙ୍ଗା ଘରେ ରହୁଥୁବା ବେଳେ ପାଲ ଖଣ୍ଡିଏ ମଧ୍ୟ ମିଳି ପାରିନାହିଁ। ନିଜେ ରହିବା ପାଇଁ ଘର ଖଣ୍ଡିଏ ନାହିଁ ବାରମ୍ବାର ଘର ଖଣ୍ଡେ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ଭେଟି ଲିଖିତ ଭାବରେ ଘର ପାଇଁ ଦେଇଥିଲେ ମଧ୍ୟ କୌଣସି ସଫଳ ହୋଇନଥିବା କହିଛନ୍ତି। ତୁରନ୍ତ ଅସହାୟ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ଯୋଗାଇଦେବାକୁ ଅସହାୟ ଋତୁ ଦିଗାଲ କହିଥିବା ବେଳେ ଡାଙ୍ଗେଡ଼ି କିଆ ଓ ବରସାହି ଅଞ୍ଚଳବାସୀ ମଧ୍ୟ ତୁରନ୍ତ ଘର ଖଣ୍ଡିଏ ଯୋଗାଇ ଦେବାକୁ ଦାବୀ କରିଛନ୍ତି।

ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories