www.samajalive.in
Sunday, December 7, 2025
15.1 C
Bhubaneswar

ଅଭିନେତା ବିଜୟଙ୍କ ବିରୋଧରେ ମାମଲା

ଚେନ୍ନଇ: ଅଭିନେତାରୁ ରାଜନେତା ହୋଇଥିବା ଥଲାପତି ବିଜୟଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ବିଜୟଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ବାଉନସର ଶରଥକୁମାର ନାମକ ଜଣେ ବ୍ୟକ୍ତିଙ୍କୁ ମାଡ ମାରିଥିବା ଅଭିଯୋଗକୁ ଆଧାର କରି ପୁଲିସ ମାମଲା ରୁଜୁ କରିଛି। ଶରଥକୁମାରଙ୍କ ଅଭିଯୋଗ ଅନୁଯାୟୀ ଏକ କାର୍ଯ୍ୟକ୍ରମରେ ବିଜୟଙ୍କ ବାଉନସର ତାଙ୍କୁ ମାଡ ମାରିଥିଲେ। ଅଭିଯୋଗକୁ ନେଇ ବିଜୟ ଓ ତାଙ୍କ ସୁରକ୍ଷାକର୍ମୀଙ୍କ ବିରୋଧରେ ବିଏନଏସ୍‌ର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ବିଜୟଙ୍କ ଦ୍ବାରା ପ୍ରତିଷ୍ଠିତ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଝାଗମ୍ (ଟିଭିକେ) ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଛି। ନିକଟରେ ବିଜୟ ତାଙ୍କ ଦଳର ଏକ ସଭା କରିଥିବାବେଳେ ଏଠାରେ ବିପୁଳ ଜନସମାଗମ ଶାସକ ଡିଏମ୍‌କେ ଓ ବିରୋଧୀ ବିଜେପିକୁ ଚକିତ କରିଦେଇଥିଲା। ଅନ୍ୟପଟେ ବିଜୟ ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ଦଳ ସହିତ ମେଣ୍ଟ କରିବ ନାହିଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories