www.samajalive.in
Monday, December 8, 2025
27.1 C
Bhubaneswar

ବଢିଲା ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ଅଡୁଆ, ସେପଟେ ଅଭିଯୋଗକୁ ଖଣ୍ଡନ କଲେ

ଭୁବନେଶ୍ୱର : ବିଜେଡିର ପୂର୍ବତନ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଅର୍ଥ ହେରଫେର, ସଂସଦରେ ଦେଶ ସୁରକ୍ଷା ଓ ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ଅଭିଯୋଗ ଆସିଛି । ଏହାସହ ସମ୍ପତ୍ତି କାରବାର, ଟ୍ରଷ୍ଟ ନାଁରେ ବିଦେଶରୁ ଟଙ୍କା ଆଣିବା, ବିମୁଦ୍ରୀକରଣ ବେଳେ ନଗଦ ଟଙ୍କା ଡିପୋସିଟ୍‌, ମିଶାଇଲ୍‌ ସିଷ୍ଟମ ଭଳି ଜାତୀୟ ସୁରକ୍ଷା ସମ୍ପର୍କିତ ତଥ୍ୟ ନେଇ ସଂସଦରେ ସ୍ୱତନ୍ତ୍ର ଭାବେ ପ୍ରଶ୍ନ ପଚାରିବା ଅଭିଯୋଗ ମଧ୍ୟ ରହିଛି । ଏହାସହ ନ୍ୟୁକ୍ଲିୟର ବୁଡା ଜାହାଜ, ମିଶାଇଲ ସିଷ୍ଟମ ସମ୍ପର୍କିତ ତଥ୍ୟ ପଚାରିବା ଅଭିଯୋଗ ଥିବା ସହ ଆଇଏନଏସ ଅରିହନ୍ତ ଓ ଆଇଏନଏସ ଚକ୍ରର ଗୁପ୍ତ ତଥ୍ୟ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ମଧ୍ୟ ଅଭିଯୋଗ ହୋଇଛି। ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଗୃହ ମନ୍ତ୍ରାଳୟ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଦୁଇଟି ଅଭିଯୋଗ ଦାୟର ହୋଇଥିବା ନେଇ ସୂଚନା ମିଳିଛି।
ଅନ୍ୟ ପଟେ ପିନାକୀ ମିଶ୍ରଙ୍କ ନାଁରେ ଥିବା ମନି ଲଣ୍ଡରିଂ ଅଭିଯୋଗକୁ ପୁରୁଣା, ସତ୍ୟତା ନାହିଁ କହି ସେ ଖଣ୍ଡନ କରିଛନ୍ତି।

ବଡ ଖୁସି ନେଇ ଆସୁଛି ସେପ୍ଟେମ୍ବର : ଏହି ରାଶି ହେବେ ହଠାତ୍‌ ଧନୀ..

ଲାଗୁ ହେଲା ନୂଆ ଶୁଳ୍କ ; କ’ଣ ପଡିବ ପ୍ରଭାବ..

- Advertisement -

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories