www.samajalive.in
Monday, December 8, 2025
27.1 C
Bhubaneswar

ପିଓକେ ଆକ୍ରମଣ : ମୋଦୀ ଓ ସେନାକୁ ବଲିଉଡ଼ର ପ୍ରଶଂସା

ମୁମ୍ବଇ : ପୁଲୱାମା ଆକ୍ରମଣ ବିରୋଧରେ ମଙ୍ଗଳବାର ଭାରତ ପକ୍ଷରୁ ପାକିସ୍ତାନକୁ ଦିଆ ଯାଇଥିବା କଡ଼ା ଜବାବକୁ ସାରା ଦେଶରେ ପ୍ରଶଂସା କରାଯାଉଛି। ବଲିଉଡ଼ ତାରକାମାନେ ମଧ୍ୟ ଏହି ପ୍ରତିଆକ୍ରମଣକୁ ସମର୍ଥନ କରିବା ସହ ଭାରତୀୟ ସେନା ଓ ମୋଦୀ ସରକାରଙ୍କର ଭୁରି ଭୁରି ପ୍ରଶଂସା କରିଛନ୍ତି।

ଅଭିନେତା ଅନୁପମ ଖେର ଟ୍ୱିଟ୍‍ କରି କହିଛନ୍ତି, “ଭାରତ ମାତାର ଜୟ ହେଉ”।

- Advertisement -

ସେହିପରି ବିଜେପି ସାଂସଦ ତଥା ଅଭିନେତା ପରେଶ ରାୱଲ ମୋଦୀ ସରକାରଙ୍କୁ ପ୍ରଶଂସା କରି କହିଛନ୍ତି, “ନରେନ୍ଦ୍ର ମୋଦୀ ମହୋଦୟ ଓ ଆମ ବୀର ସେନାମାନଙ୍କୁ ଧନ୍ୟବାଦ। ଜୟ ହେଉ”।

ଅନ୍ୟପକ୍ଷରେ ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟ୍‍ କରି କହିଛନ୍ତି, “ମହାଯଜ୍ଞର ଆରମ୍ଭ ହୋଇଯାଇଛି! ୨୬ ଫେବୃଆରୀ ଭୋର୍‍ ୩.୩୦ ସମୟରେ ଭାରତୀୟ ଯୁଦ୍ଧ ବିମାନ ମିରାଜ ୨୦୦୦ ଦ୍ୱାରା ଭାରତୀୟ ସେନା ଆତଙ୍କବାଦୀମାନଙ୍କ ଲଞ୍ଚ୍‍ ପ୍ୟାଡ଼୍‍କୁ ଧ୍ୱଂସ କରିଦେଇଛନ୍ତି। ପାକ୍‍ ଅଧିକୃତ କଶ୍ମୀରରେ ଆକ୍ରମଣ କରାଯାଇଛି ଯାହାକି ଆମର। ତେଣୁ ଆମେ ସୀମା ରେଖା ପାର କରିନାହୁଁ। ବନ୍ଦେ ମାତରମ୍‍”। ସେ ପୁନଃ ଟ୍ୱିଟ୍‍ କହିଛନ୍ତି ଯେ, “ଗୋଟି ଗୋଟି କରି ମାରିବୁ! ଯବାନଙ୍କୁ ସଲାମ”।

ଅଭିନେତା ଅଜୟ ଦେବଗନ୍‍ ମଧ୍ୟ ଭାରତର ଏହି ଦୃଢ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଛନ୍ତି ଓ ଭାରତୀୟ ବାୟୁସେନାକୁ ସଲାମ କରିଛନ୍ତି।
ଅଭିନେତା ତୁଷାର କପୁର ଜୟ ହିନ୍ଦ୍‍ ସହ ଭାରତୀୟ ସେନାଙ୍କ ବୀରତ୍ୱକୁ ସଲାମ କରିଛନ୍ତି।

ଅଭିନେତା ଅଭିଷେକ ବଚ୍ଚନ ମଧ୍ୟ ଭାରତୀୟ ବାୟୁସେନାର ପ୍ରଶଂସା କରି ନମସ୍କାର କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଭାରତୀୟ ବାୟୁସେନା ୧୨ଟି ମିରାଜ ୨୦୦୦ ଯୁଦ୍ଧ ବିମାନ ସାହାଯ୍ୟରେ ୧୦୦୦ କିଲୋ ବମ୍‍ ପକାଇ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ସେନା ଓ ଲଞ୍ଚପ୍ୟାଡ଼କୁ ଧ୍ୱଂସ କରିଦେଇଛନ୍ତି। ପାକିସ୍ତାନ ସେନା ନିଜେ ସ୍ୱୀକାର କରିଛି ଯେ ଭାରତୀୟ ବିମାନ ସୀମା ପାର କରି ପାକିସ୍ତାନ ଅଞ୍ଚଳରେ ପ୍ରବେଶ କରିଛି।

Hot this week

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

Related Articles

Popular Categories