www.samajalive.in
Tuesday, December 9, 2025
16.1 C
Bhubaneswar

କମ୍ବିଂ ଅପରେସନ: ଧରାପଡିଲେ ୫ଜଣ ହାର୍ଡକୋର ମାଓବାଦୀ

ମାଲକାନଗିରି: ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାର ବାଙ୍ଗୋଲିର ଜଙ୍ଗଲରେ ଡିଆରଜି ବାହିନୀର କୁମ୍ବିଂ ଅପରେସନ ଚାଲିଥିବାବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡିଲେ ୫ଜଣ ହାର୍ଡକୋର ମାଓବାଦୀ। ସେମାନଙ୍କ ମୁଣ୍ଡ ଉପରେ ପୁର୍ବରୁ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ଛତିଶଗଡ ସରକାର । ଗିରଫ ମାଓବାଦୀମାନେ ଦୀର୍ଘ ଦିନ ଧରି ମାଓ ସଂଗଠନରେ ସକ୍ରିୟ ସଦସ୍ୟ ଭାବେ କାର‌୍ୟ୍ୟ କରୁଥିଲେ ।
ସେମାନଙ୍କ ନିକଟରୁ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଗିରଫ ମାଓବାଦିଙ୍କ ମଧ୍ୟରୁ ଲକ୍ଷ୍ମୀ ଫାର୍ସା ଓ ସୁଖରାମ ହେମଲା ଓଡିଶାର ବୋଲି ଜଣାପଡିଛି। ଏମାନଙ୍କ ନିକଟରୁ ଟିଫିନ୍ ବୋମା, କୋର୍ଡେକ୍ସ ତାର, ବିଦ୍ୟୁତ ତାର, ବ୍ୟାଟେରୀ, ମାଟି ଖୋଳିବା ଉପକରଣ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories