www.samajalive.in
Monday, December 8, 2025
17.1 C
Bhubaneswar

ଲୁହରେ ଭିଜିଲା ଗାଁ, ସହିଦ ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସଂପନ୍ନ

ସମାଜ ଡିଜିଟାଲ ଡେସ୍କ: ସହିଦ ସିଆଇଏସଏଫ ଯବାନ ମନୋଜ ବିଶ୍ୱାଳଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ପୈତୃକ ଗ୍ରାମ ପରଜଙ୍ଗ ବ୍ଲକ ମାଣିକମରା ଗାଁରେ ଗାର୍ଡ ଅଫ ଅନର ଦିଆଯିବା ପରେ ଗାଁ ମଶାଣିରେ ଶେଷକୃତ୍ୟ କରାଯାଇଛି । ମରଶରୀର ଗାଁରେ ପହଞ୍ଚିବା ମାତ୍ରେ ସହିଦ ଯବାନ ଅମର ରହେ, ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ । ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର ହୋଇଛି । ଦୁଇ ଝିଅ ମଧ୍ୟ ବାପାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।
ପ୍ରିୟ ମୋନଜଙ୍କୁ ହରାଇ ପରିବାର ଓ ଗ୍ରାମବାସୀ ଭାଙ୍ଗିପଡିଛନ୍ତି । ସମସ୍ତଙ୍କ ଆଖିରେ ଲୁହ ଓ ଛାତିରେ କୋହ । କେହି କେବେ ବି ଭାବିନଥିଲେ ଏପରି ଭାବେ ମନୋଜ ଚାଲିଯିବେ । ଶେଷ ଥର ଗାଁକୁ ଆସିବା ବେଳେ କଥା ଦେଇଥିଲେ ଗାଁକୁ ଖୁବଶୀଘ୍ର ଫେରିବେ । କିନ୍ତୁ ସେ ଫେରିବା ବଦଳରେ ତାଙ୍କ ମରଶରୀର ଗାଁରେ ପହଞ୍ଚିଛି । ଜାମ୍ମୁକାଶ୍ମୀରର କିସ୍ତୱାର ବାଦଲଫଟା ବର୍ଷା ଓ ଭୂ-ସ୍ଖଳନରେ ସହିଦ ହୋଇଥିଲେ ଓଡ଼ିଆ ଯବାନ ମନୋଜ ବିଶ୍ୱାଳ । କୋହଭରା ହୃଦୟରେ ଗ୍ରାମବାସୀମାନେ ବୀରପୁଅକୁ ଶେଷ ବିଦାୟ ଦେଇଛନ୍ତି ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories