www.samajalive.in
Monday, December 8, 2025
27.1 C
Bhubaneswar

ବଳାଙ୍ଗା ଘଟଣାରେ ପୁଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି

ସମାଜ ଡିଜିଟାଲ ଡେସ୍କ: ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ସରକାରଙ୍କୁ ଘେରିଛି ବିଜେଡି। ଏହି ଘଟଣାରେ ଉଭୟ ସରକାର ଏବଂ ପୁଲିସର ଭୂମିକା ଓ କାର୍ଯ୍ୟ ଦକ୍ଷତାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛି।

ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ପୀଡ଼ିତା ଜୀବିତ ଥିବାବେଳେ ପୁଲିସ କୌଣସି ସ୍ପଷ୍ଟୀକରଣ ରଖି ନ ଥିଲା। ହେଲେ ମୃତ୍ୟୁର ୧୦ ମିନିଟ ମଧ୍ୟରେ ପୁଲିସ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲା। ଘଟଣାରେ କାହାର ସମ୍ପୃକ୍ତି ନାହିଁ ବୋଲି କହିଥିଲା।  ଘଟଣାର ପ୍ରକୃତ ଦୋଷୀ ଧରାପଡ଼ିବା ଦରକାର ବୋଲି ବିଜେଡି କହିଛି।

- Advertisement -

ସେହିପରି ପୀଡ଼ିତା ଚିକିତ୍ସାଧୀନ ଥିବା ସମୟରେ ତାଙ୍କର ବାରମ୍ବାର ବୟାନ ରେକର୍ଡ କରାଯାଇଛି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ତେବେ ବୟାନ ରେକର୍ଡ ସମୟରେ ମାଜିଷ୍ଟ୍ରେଟ ଉପସ୍ଥିତ ଥିଲେ କି ବୋଲି ଦଳ ପ୍ରଶ୍ନ କରିଛି। ଏହି ଭାଇରାଲ ଭିଡିଓକୁ ନେଇ ମଧ୍ୟ ପୁଲିସ ଏଯାଏ କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଞ୍ଚଳରେ ଏହି ଘଟଣା ଘଟିଥିବାରୁ ସେ ଇସ୍ତଫା ଦିଅନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ବିଜେଡି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories