www.samajalive.in
Sunday, December 7, 2025
14.1 C
Bhubaneswar

ଜାତୀୟ ଫୁଟବଲ ଶିବିରରୁ ଛେତ୍ରୀ ବାଦ୍‌

ନୂଆଦିଲ୍ଲୀ: କାଫା ନେସନ୍‌ସ କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଲାଗି ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ପକ୍ଷରୁ ଭାରତୀୟ ଦଳର ପ୍ରସ୍ତୁତି ଶିବିର ବେଙ୍ଗାଲୁରୁର ଡେଭିଡ୍‌ ପାଦୁକୋନ ସେଣ୍ଟର ଅଫ ସ୍ପୋର୍ଟସ ଉତ୍କର୍ଷ କେନ୍ଦ୍ରରେ ଶୁକ୍ରବାର ଆରମ୍ଭ ହୋଇଛି। ଏଆଇଏଫଏଫ ପକ୍ଷରୁ ଶିବିର ଲାଗି ୨୨ ଜଣିଆ ଖେଳାଳି ମନୋନୟନ କରାଯାଇଛି। ତେବେ ତାରକା ଫରୱାର୍ଡ ସୁନୀଲ ଛେତ୍ରୀଙ୍କୁ ମନୋନୟନ କରାଯାଇନାହିଁ। ନୂତନ ପ୍ରଶିକ୍ଷକ ଖାଲିଦ୍‌ ଜମିଲଙ୍କ ପ୍ରଥମ ଶିବିରରୁ ଛେତ୍ରୀ ବାଦ୍‌ ପଡ଼ିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟିହୋଇଛି। ଗୋଲରକ୍ଷକ ଗୁରପ୍ରୀତ ସିଂହ ସାନ୍ଧୁ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୂର୍ବତନ ପ୍ରଶିକ୍ଷକ ମୋନାଲ ମର୍କ୍ୟୁଜଙ୍କ ସମୟରେ ଗୁରପ୍ରୀତସିଂହ ଦଳରେ ସୁଯୋଗ ପାଇନଥିଲେ। ଏହାଛଡ଼ା ଗୋଲରକ୍ଷକ ଭାବେ ଅମରିନ୍ଦର ସିଂହ ଓ ହିତ୍ରିକ ତିୱାରୀ ରହିଛନ୍ତି। ଡିଫେଣ୍ଡର ଭାବେ ଆକାଶ ମିଶ୍ର, ଆଲେକ୍ସ ସାଜି, ବୋରିସ ସିଂହ ଥାଙ୍ଗଜାମ, ଚେଙ୍ଗଲେନସାନା ସିଂହ କୋନସାନ, ହିମାଙ୍ଗଥାନାମାୱା ରାଲେଟ, ରାହୁଲ ବେକ, ରୋଶନ ସିଂହ ନୋଇରାମ, ସନ୍ଦେଶ ଝିଙ୍ଘାନ, ସୁନୀଲ ବେଞ୍ଚମିନ ରହିଛନ୍ତି। ମିଡ୍‌ଫିଲଡରରେ ଆସିକ କୁରିୟାନା,ଦିନେଶ ଫାରୁକ ଭଟ୍ଟ, ନିଖିଲ ପ୍ରଭୁ, ରାହୁଲ କାନୋଲି ପ୍ରବୀଣ, ସୁରେଶ ସିଂହ ୱାଙ୍ଗଜାମ, ଉଦାନ୍ତ ସିଂହ କୁମାନ ରହିଛନ୍ତି। ଫରୱାର୍ଡରେ ଇର୍ଫାନ ୟାଡୱାର୍ଡ, ଲାଲରିନଜୁଆଲା ଚାଙ୍ଗେଟ, ରହିମ ଅଲ୍ଲୀ, ବିକ୍ରମ ପ୍ରତାପ ସିଂହ ଅଛନ୍ତି। ନୂତନ ପ୍ରଶିକ୍ଷକ ଭାବେ ଚଳିତ ଅଗଷ୍ଟ ୧୩ରେ ଖଲିଦ ଜମିଲଙ୍କୁ ୨୦୨୭ ପର୍ଯ୍ୟନ୍ତ ଦୁଇବର୍ଷ ଲାଗି ନିଯୁକ୍ତ କରାଯାଇଛି। ଭାରତୀୟ ପୁରୁଷ ଫୁଟବଲ ଦଳ ଏବେ ଫିଫା ମାନ୍ୟତାର ୧୩୩ତମ ସ୍ଥାନରେ ରହିଛି। ଦଳକୁ ମାନ୍ୟତାରେ ଉନ୍ନତି ପାଇଁ ଜମିଲ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଇଥିବାରୁ ଛେତ୍ରୀ ବାଦ୍‌ ପଡ଼ିଛନ୍ତି।

ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ଜର୍ମାନୀର ଯୋଗ୍ୟତା

- Advertisement -

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories