www.samajalive.in
Sunday, December 7, 2025
26.1 C
Bhubaneswar

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅଙ୍କ ନାଁରେ ଠକେଇ ଅଭିଯୋଗ ମାମଲା, ପାଲଟା ଅଭିଯୋଗ କଲେ ଅଙ୍କିତ

ଭୁବନେଶ୍ୱର : ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ମାମଲାରେ ନୂଆ ମୋଡ ନେଇଛି। ପାଲଟା ଅଭିଯୋଗ କରିଛନ୍ତି ଅଙ୍କିତ ଜେନା । ସମ୍ପୃକ୍ତ କମ୍ପାନୀ ସାମଗ୍ରୀ ଚୋରି କରିଛି । ଅଙ୍କିତ କହିଛନ୍ତି, ଆମେ ପ୍ରଥମେ ଏତଲା ଦେଇଥିଲୁ ଏବେ ପାଲଟା ଅଭିଯୋଗ କରିଛୁ । ଗଲା ନିର୍ବାଚନରେ ମାହାଙ୍ଗାରୁ ବିଜେଡି ପ୍ରାର୍ଥୀ ଥିଲେ ଅଙ୍କିତ । ଅଙ୍କିତ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କା ବକେୟା ଅଭିଯୋଗ ହୋଇଛି। କେନ୍ଦ୍ରାପଡା ଟାଉନ୍‌ ଥାନାରେ ୪୮ ଲକ୍ଷ ଟଙ୍କାର ଠକେଇ ମାମଲାରେ ଅଙ୍କିତଙ୍କ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଛି ଅନ୍ୟ ଏକ କମ୍ପାନୀ । କେନ୍ଦ୍ରାପଡାରେ ବିଦ୍ୟୁତ ସରଞ୍ଜାମ ଯୋଗାଇବା ପରେ ଟଙ୍କା ମିଳିନଥିବା ଅଭିଯୋଗ ହୋଇଛି।

ଅଭିଯୋଗକାରୀ କଟକ ସହର ଚଣ୍ଡୀ ଛକରେ ଥିବା ଏସ୍‌‌ଏସ୍‌‌ବି ଇଲେକ୍ଟ୍ରିକାଲ୍‌ସର ମାଲିକ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ କୁମାର ସ୍ୱାଇଁ ଏତଲାରେ ଦର୍ଶାଇଛନ୍ତି, ଅଙ୍କିତ ପ୍ରତାପ ଜେନା ଏବଂ ଐଶ୍ୱର୍ଯ୍ୟା ପ୍ରତାପ ଜେନା ଏମ୍ଫୋରିଆ ୱାର୍କସ ପ୍ରାଇଭେଟ୍‌‌ ଲିମିଟେଡ କମ୍ପାନୀର ମାଲିକ। କେନ୍ଦ୍ରାପଡ଼ାରେ ବିଦ୍ୟୁତ୍‌ ସରଞ୍ଜାମ କାର୍ଯ୍ୟ କରିବା ପାଇଁ ଏହି କମ୍ପାନୀରୁ ସେମାନେ ୱାର୍କ ଅର୍ଡର ପାଇଥିଲେ। ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ସେମାନଙ୍କର ୪୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅଙ୍କିତ ପ୍ରତାପ ଜେନା ଟଙ୍କା ଦେଉନାହାନ୍ତି। ବାରମ୍ବାର ଦିନ ଗଡ଼ାଇ ଚାଲିଛନ୍ତି। ଟଙ୍କା ନ ମିଳିବାରୁ ସେମାନେ କର୍ମଚାରୀଙ୍କ ଦରମା ଦେଇ ପାରୁନାହାନ୍ତି। ତେଣୁ ବାଧ୍ୟହୋଇ ଥାନାରେ ଏତଲା ଦେଇଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ ହୋଇଛି।

ବୁଧ ଚଳନ ; ଅଗଷ୍ଟ ୩୦ରୁ ଏହି ୫ ରାଶି ହେବେ ମାଲାମାଲ୍‌, ମିଳିବ ଏସବୁ ସଫଳତା

- Advertisement -

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories