www.samajalive.in
Wednesday, December 10, 2025
18.1 C
Bhubaneswar

ଗାନ୍ଧୀମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵରରେ ଶୁକ୍ରବାର ରାଜ୍ୟସ୍ତରୀୟ ସ୍ଵାଧୀନତା ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିବା ସହିତ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ। ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରି ସ୍ଵାଧୀନତା ଦିବସ ପାଇଁ ସାରା ଓଡ଼ିଶା ଉତ୍ସବମୁଖର ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ଅପରେସନ ‘ସିନ୍ଦୂର’ର ପ୍ରଶଂସା କରିଥିଲେ। ଅପରେସନ ‘ସିନ୍ଦୂର’ ଆମର ବଡ଼ ସଫଳତା। ଆମ ସଫଳତାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ହେଉଛି ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମହିଳା ସଶକ୍ତୀକରଣ ସହିତ ସେମାନଙ୍କ ସୁରକ୍ଷା ଜରୁରୀ। ମହିଳାଙ୍କ ପ୍ରତି ହେଉଥିବା ହିଂସା କ୍ଷେତ୍ରରେ ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବ୍ୟବସ୍ଥା ହୋଇଛି।

- Advertisement -

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ବିଗତ ୧୧ ବର୍ଷରେ ଦେଶ ବହୁତ ଅଗ୍ରଗତି କରିଛି। ଗତ ୧ ବଁରେ ରାଜ୍ୟରେ ବହୁତ କାର୍ଯ୍ୟ କରାଯାଇଛି। ରାଜ୍ୟର ବିକାଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ସରକାର ଜୀବନଜୀବିକା, ସଶକ୍ତୀକରଣ ଏବଂ ଓଡ଼ିଆ ଅସ୍ମିତାକୁ ଗୁରୁତ୍ଵ ଦେଉଛନ୍ତି ବୋଲି ସେ କହିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories