www.samajalive.in
Friday, December 5, 2025
23.1 C
Bhubaneswar

‘ଅପରେସନ ସିନ୍ଦୂର’ ର ସଫଳତା ପାଇଁ ମିଳିବ ସମ୍ମାନ; ୯ ବାୟୁସେନା ଅଧିକାରୀଙ୍କୁ ବୀରଚକ୍ର

ନୂଆଦିଲ୍ଲୀ: ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ। ପାଇଲଟଙ୍କ ସମେତ ୯ ଅଧିକାରୀଙ୍କୁ ମିଳିବ ବୀରଚକ୍ର ସମ୍ମାନ। ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ ବୀରଚକ୍ର ସମ୍ମାନରେ ସମ୍ମାନିତ କରାଯିବ । ଅପରେସନ ସିନ୍ଦୂରରେ ସାହସିକତା ପାଇଁ ପାଇବେ ଏହି ସମ୍ମାନ । ମୁରିଦ୍‌କେ ଓ ବାହାୱଲପୁର ଆତଙ୍କୀ ଆଡ୍ଡା ଧ୍ବଂସ ପାଇଁ ସମ୍ମାନିତ ହେବେ ବାୟୁସେନା ଅଧିକାରୀ ।

ଅପରେସନ ସିନ୍ଦୂର ଅଧୀନରେ ପାକିସ୍ତାନର ମୁରିଦ୍‌କେ ଓ ବାହାୱଲପୁରରେ ଲସ୍କର-ଏ-ତୋଇବା (ଏଲଇଟି) ଓ ଜୈଶ-ଏ-ମହମ୍ମଦ (ଜେଇଏମ) ଆତଙ୍କୀ ସଂଗଠନର ମୁଖ୍ୟାଳୟ ସମେତ ପାକିସ୍ତାନୀ ସୈନ୍ୟ ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଥିଲେ, ସେମାନଙ୍କୁ ଦେଶର ତୃତୀୟ ସର୍ବୋଚ୍ଚ ଯୁଦ୍ଧକାଳୀନ ବୀରତ୍ୱ ପୁରସ୍କାର ‘ବୀରଚକ୍ର’ ପ୍ରଦାନ କରାଯିବ। ଏହି ସମ୍ମାନ ସ୍ୱାଧୀନତା ଦିବସ ଅବସରରେ ପ୍ରଦାନ କରାଯିବ ।

- Advertisement -

ସେହିପରି ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍‌ । ୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍‌। ଏୟାର ଭାଇସ୍‌ ମାର୍ଶଲ ଯୋଶେଫ୍‌ ସୁରେଶ, ଏଭିଏମ୍‌ ପ୍ରଜୁଆଲ ସିଂ ପାଇବେ ମେଡାଲ୍। ଏୟାର କମାଣ୍ଡର ଅଶୋକ ରାଜ ଠାକୁର ମଧ୍ୟ ପାଇବେ ଯୁଦ୍ଧସେବା ମେଡାଲ୍‌ ।

୯ ବାୟୁସେନା ଅଧିକାରୀ ହେଲେ ଗ୍ରୁପ୍ କ୍ୟାପଟେନ୍ ରଞ୍ଜିତ ସିଂହ ସିଦ୍ଧୁ, ମନୀଷ ଆରୋରା, ଅନିମେଶ ପାଟନୀ, କୁନାଲ କାଲରା, ୱିଙ୍ଗ କମାଣ୍ଡର ଜୟ ଚନ୍ଦ୍ର, ସ୍କ୍ୱାଡ୍ରନ୍ ଲିଡର ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜୱାନ ମଲିକ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅର୍ଶବୀର ସିଂହ ଠାକୁର ଅଛନ୍ତି।

Hot this week

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

Related Articles

Popular Categories