www.samajalive.in
Monday, December 8, 2025
17.1 C
Bhubaneswar

ଅର୍ଜୁନ ତେନ୍ଦୁଲକର-ସାନିୟାଙ୍କ ନିର୍ବନ୍ଧ

ମୁମ୍ବଇ: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକର ଓ ତାଙ୍କ ବାନ୍ଧବୀ ସାନିୟା ଚାନ୍ଦକଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଯାଇଛି। ବୁଧବାର ଏକାଧିକ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି। ୨୫ ବର୍ଷ ବୟସ୍କ ଅର୍ଜୁନ ତେନ୍ଦୁଲକର ପ୍ରଥମ ଶ୍ରେଣୀ ସହ କନିଷ୍ଠ ଭାରତୀୟ ଦଳ ଏବଂ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଖେଳୁଛନ୍ତି। ସାନିୟା ଚାନ୍ଦକ ହେଉଛନ୍ତି ମୁମ୍ବଇର ଅନ୍ୟତମ ଧନୀ ତଥା ନାମୀ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ। ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ, ବ୍ରୁକ୍‌ଲିନ୍ କ୍ରିମରି ଓ କ୍ବାଲିଟି ଆଇସ୍‌କ୍ରିମ୍‌ର ମାଲିକ ହେଉଛନ୍ତି ରବି ଘାଇ। ମୁମ୍ବଇରେ ଅର୍ଜୁନ-ସାନିୟାଙ୍କ ନିର୍ବନ୍ଧ ହୋଇଥିବା ବେଳେ ଏହା ଅତ୍ୟନ୍ତ ଗୋପନ ରଖାଯାଇଥିଲା। ତେବେ ନିର୍ବନ୍ଧ ଉତ୍ସବ ବେଶ୍‌ ବର୍ଣ୍ଣଢ୍ୟ ଓ ଭବ୍ୟ ହୋଇଥିଲା। କେବଳ ଉଭୟ ପରିବାରର ସଦସ୍ୟଙ୍କ ସହ କିଛି ନାମୀ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ। ଅର୍ଜୁନ-ସାନିୟାଙ୍କ ବିବାହ ​‌େ​‌କେବେ ହେବ; ତାହା ଜଣା ପଡ଼ିନାହିଁ। ଲଣ୍ଡନ ସ୍କୁଲ୍‌ ଅଫ୍ ଇକୋନୋମିକ୍‌ସରେ ପଢ଼ିଥିବା ସାନିୟା ଚାନ୍ଦକ ମୁମ୍ବଇରେ ବ୍ୟବସାୟ କରୁଛନ୍ତି। ଅର୍ଜୁନ ମୁମ୍ବଇ ଛାଡ଼ି ଗୋଆ ପାଇଁ ରଣଜୀ ଟ୍ରଫି ଖେଳିବାର ନିଷ୍ପତ୍ତି ନେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories