www.samajalive.in
Tuesday, December 9, 2025
16.1 C
Bhubaneswar

ରାକେଶ ଶର୍ମାଙ୍କ ବାୟୋପିକରେ ଶାହାରୁଖଙ୍କ ସ୍ଥାନ ନେଲେ ଭିକି!

ମୁମ୍ବଇ : ଭାରତୀୟ ମହାକାଶଚାରୀ ରାକେଶ ଶର୍ମାଙ୍କ ଜୀବନୀକୁ ଆଧାର କରି ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘ସାରେ ଜହାଁ ସେ ଆଚ୍ଛା’ର ମୁଖ୍ୟ ଚରିତ୍ରକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜାରି ରହିଛି। ଏହାର ମୁଖ୍ୟ କଳାକାର ବାରମ୍ବାର ପରିବର୍ତ୍ତନ ହେଉଥିବା ବେଳେ ଏବେ ଏହି ଭୂମିକାରେ ଭିକି କୌଶଲ ଅଭିନୟ କରିବାର ସୂଚନା ମିଳିଛି। ପ୍ରଥମେ ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ଅଭିନୟ ପାଇଁ ଅମିର ଖାନଙ୍କୁ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଶାହାରୁଖଙ୍କୁ ଏଥିପାଇଁ ମାନୋନୀତ କରାଯାଇଥିଲା। ମାତ୍ର ‘ଡନ୍‍-୩’ ପାଇଁ ଶାହାରୁଖ୍‍ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିବା ସୂଚନା ମିଳିଥିଲା।

- Advertisement -

ନିକଟରେ ମୁକ୍ତିଲାଭ କରିଥିବା ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ର ବିରାଟ ସଫଳତା ପରେ ବଲିଉଡ଼ରେ ଭିକିଙ୍କ ଚାହିଦା ବୃଦ୍ଧି ପାଇଛି। ସୂଚନା ଅନୁସାରେ, ପ୍ରଯୋଜକ ରୋନୀ ସ୍କ୍ରୁଭାଲା ‘ଉରୀ’ରେ ଭିକିଙ୍କ ଅଭିନୟ ଦେଖି ଖୁବ୍‍ ପ୍ରଭାବିତ ହୋଇଛନ୍ତି। ତେଣୁ ଏବେ ସେ ‘ସାରେ ଜହାଁ ସେ ଆଚ୍ଛା’ର ମୁଖ୍ୟ ଭୂମିକାରେ ଭିକିଙ୍କୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିଶେଷ ସୂତ୍ରରୁ ପ୍ରକାଶ ଯେ, ଭିକି ଏହି ଚରିତ୍ର ପାଇଁ ନିଜ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରାୟ ୪୫ କୋଟି ଟଙ୍କାର ବଜେଟରେ ନିର୍ମାଣ ହୋଇଥିବା ଭିକି କୌଶଲଙ୍କ ଅଭିନୀତ ‘ଉରୀ-ଦି ସର୍ଜିକାଲ ଷ୍ଟ୍ରାଇକ୍‍’ ୨୨ ଫେବୃଆରୀ ପର୍ଯ୍ୟନ୍ତ ୨୩୦ କୋଟି ଟଙ୍କା ଆୟ କରି ସାରିଛି। ଯଦି ସବୁକିଛି ଠିକ୍‍ ଚାଲିଲା ତେବେ ଏହି ଚଳଚ୍ଚିତ୍ର ୨୫୦ କୋଟି ଟପିବ ବୋଲି ଆଶା କରାଯାଉଛି। ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରାୟ ୫ ସପ୍ତାହ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ବକ୍ସ ଅଫିସରେ ଏହା ଦର୍ଶକଙ୍କ ଭଲପାଇବା ହାସଲ କରି ଚାଲିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories