www.samajalive.in
Friday, December 5, 2025
27.1 C
Bhubaneswar

ବଢିଲା ଅଡୁଆ ; ଇଡି ଅଫିସ୍‌ରେ ସୁରେଶ ରାଇନା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍‌ର ଖେଳାଳି ସୁରେଶ ରାଇନାଙ୍କ ବଢିଲା ଅଡୁଆ । ଏକ ବେଟିଂ ଆପ୍‌ ପ୍ରଚାର ମାମଲାରେ ସୁରେଶ ରାଇନା ଏବେ ସମସ୍ୟାରେ ରହିଛନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ସମନ୍‌ ପଠାଇବା ପରେ ଆଜି ରାଇନା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ରାଇନାଙ୍କୁ ପଚରାଉଚରା ମଧ୍ୟ କରାଯାଇଛି । ଏହି ମାମଲାର ତଦନ୍ତ ଏବେ ଜାରି ରହିଛି । ସୁରେଶ ରାଇନାଙ୍କ ଉପରେ ବେଟିଂ ଆପ୍‌ 1xbet (୧ଏକ୍ସବେଟ୍‌)କୁ ପ୍ରୋତ୍ସାହିତ କରିବାର ଅଭିଯୋଗ ହୋଇଛି । ସେ ଏହାର ବ୍ରାଣ୍ଡ୍‌ ଆମ୍ବାସାଡାର ।

ଗତ କିଛି ମାସ ଧରି, ବ୍ୟାନ୍‌ ହୋଇଥିବା ବେଟିଂ ୱେବସାଇଟ୍ ଆପ୍ସକୁ ପ୍ରୋତ୍ସାହିତ କରିବା ପାଇଁ ଇଡି ସେଲିବ୍ରିଟିମାନଙ୍କୁ ସମନ ପଠାଇବା ଆରମ୍ଭ କରିଛି। ସେମାନଙ୍କ ମଧ୍ୟରେ ପ୍ରଥମ ହେଉଛନ୍ତି ଷ୍ଟାର କ୍ରିକେଟର ସୁରେଶ ରାଇନା। ରାଇନା 1xbet ବେଟିଂ ଆପ୍ ପ୍ରମୋଟ୍ କରିଥିଲେ। ଯାହା ଯୋଗୁଁ ତାଙ୍କୁ ଏହି ମାମଲାରେ ସାମିଲ କରାଯାଇଛି। ଭାରତ ସରକାର 1xbet ଏବଂ Parimatch ଭଳି ଆପ୍ସକୁ ବ୍ୟାନ୍‌ କରିଛନ୍ତି ।

ଏହି ୫ ରାଶି ପାଇଁ ବଡ ଖୁସି ନେଇ ଆସୁଛି ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ; ମିଳିବ ଧନ ସହ ଚାକିରି..

- Advertisement -

ବର୍ତ୍ତମାନ ଏହି ମାମଲାରେ ସୁରେଶ ରାଇନାଙ୍କୁ ପଚରାଉଚରା କରାଯାଉଛି । ପରେ ଅନ୍ୟ ଦୁଇ ଜଣ ଭାରତୀୟ କ୍ରିକେଟର ମଧ୍ୟ ତଦନ୍ତ ପରିସରକୁ ଆସିପାରନ୍ତି। ଯୁବରାଜ ସିଂହ ଏବଂ ହରଭଜନ ସିଂହ ମଧ୍ୟ ବେଟିଂ ଆପ୍ ପ୍ରମୋଟ କରିଥିଲେ। ଫଳରେ ଉଭୟ ଖେଳାଳିଙ୍କୁ ମଧ୍ୟ ଖୁବ୍ ଶୀଘ୍ର ପଚରାଉଚରା କରାଯାଇପାରେ। ଭାରତରେ  ବ୍ୟାନ୍‌ ହୋଇଥିବା ଆପ୍ ପ୍ରୋତ୍ସାହିତ କରିବା ମାମଲାରେ ସିନେ ଜଗତର ଅନେକ ବଡ଼ ନାମ ମଧ୍ୟ ଫସି ଯାଇଛନ୍ତି।

ଟ୍ରମ୍ପ-ଟାରିଫ୍‌-ଟେନ୍‌ସନ୍‌ ; ଆମେରିକା ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ବର୍ବରତାର ସୀମା ପାର୍‌ ; ଶାଶୁକୁ ହତ୍ୟା ପରେ ୧୯ ଖଣ୍ଡ କଲା ଡାକ୍ତର ଜ୍ୱାଇଁ..

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories