www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତକୁ ଟାର୍ଗେଟ କରି ଟ୍ରମ୍ପ ଭୁଲ କରୁଛନ୍ତି: ମାଇକେଲ ରୁବିନ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଆମେରିକା ଗସ୍ତ ସମୟରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲା। ମୁନିର କହିଥିଲା ପାକିସ୍ତାନ ଧ୍ବଂସ ହେଲେ ଅଧା ବିଶ୍ଵକୁ ନେଇ ଡୁବିବ। ମୁନିର ସିଧାସଳଖ ପରମାଣୁ ଅସ୍ତ୍ରର ଅପବ୍ୟବହାର କରିବା ନେଇ ଇସାରା ଦେଇଥିଲା। ଏହା ସେ ସିନ୍ଧୁ ନଦୀରେ ଭାରତ ଡ୍ୟାମ ନିର୍ମାଣ କଲେ ତାହାକୁ କ୍ଷେପଣାସ୍ତ୍ର ଦ୍ଵାରା ଉଡ଼ାଇ ଦେବାକୁ ବି ଧମକ ଦେଇଥିଲା। ମୁନିରର ଏଭଳି ମନ୍ତବ୍ୟକୁ ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ କଡ଼ା ସମାଲୋଚନା କରିଛନ୍ତି। ତା’ ସହିତ ଭାରତକୁ ଟାର୍ଗେଟ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭୁଲ କରୁଛନ୍ତି। ମୁନିର ଏଭଳି ମନ୍ତବ୍ୟ ଦେବାର ୩୦ ମିନିଟ ଭିତରେ ତା’କୁ ଆମେରିକାରୁ ତଡ଼ିଦେବାର ଥିଲା ବୋଲି ରୁବିନ କହିଛନ୍ତି।

ରୁବିନ କହିଛନ୍ତି, ମୁନିର ଯେତେବେଳେ ଏଭଳି ମନ୍ତବ୍ୟ ଦେଲା ତାହାର ୩୦ ମିନିଟ ଭିତରେ ତା’କୁ ଟାମ୍ପା ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନେଇ ସେଠାରୁ ତଡ଼ିଦେଇଥିଲେ ଉଚିତ ହୋଇଥାଆନ୍ତା। ଟ୍ରମ୍ପ ଭାରତ ବିରୋଧରେ ଯେପରି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତାହା ଭୁଲ। ଆମେରିକା ରୁଷଠାରୁ ୟୁରାନିୟମ ହେକ୍ସାଫ୍ଲୋରାଇ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖଣିଜ କ୍ରୟ କରୁଛି। ସେହିପରି ରୁଷଠାରୁ ବହୁ ମାତ୍ରାରେ ଗ୍ୟାସ କିଣୁଛି। ସେହିଭଳି ଭାରତର ମଧ୍ୟ ରୁଷଠାରୁ ତୈଳ କିଣିବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଅଧିକାର ପାଇଁ ଦୃଢ଼ ପ୍ରତିବଦ୍ଧ। ଆମେରିକା ଭାରତକୁ ନଚାଇ ପାରିବ ନାହିଁ। ଏ କ୍ଷେତ୍ର​‌ରେ ଟ୍ରମ୍ପ ଭୁଲ ଏବଂ ଆମେରିକା ଏ ଦିଗରେ ପଦକ୍ଷେପ ନେବ। ବର୍ତ୍ତମାନର ସମୟ ଅତିକ୍ରମ କରିବା ପରେ ଭାରତ-ଆମେରିକା ସମ୍ପର୍କରେ ପୁନର୍ବାର ଉନ୍ନତି ଆସିବ ବୋଲି ରୁବିନ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories