www.samajalive.in
Thursday, December 11, 2025
23.1 C
Bhubaneswar

ପ୍ରେମୀଯୁଗଳଙ୍କୁ ଲଙ୍ଗଳ ଧରାଇ ଗାଁ ବୁଲାଇଲେ

ନାରାୟଣପାଟଣା: ନିନ୍ଦା, ସମାଲୋଚନା ଏବଂ କାର୍ଯ୍ୟାନୁଷ୍ଠାନ ଭୟ ସତ୍ତ୍ବେ ଆଦିବାସୀମ​‌ାନେ ସେମାନଙ୍କ ପରମ୍ପରା ଛାଡ଼ି ପାରୁ ନାହାନ୍ତି। ପ୍ରଶାସନ ଓ ପୁଲିସର ଚେତାବନୀ ଆଦିବାସୀଙ୍କ ପରମ୍ପରା ଏବଂ ଅନ୍ଧବିଶ୍ବାସ ଆଗରେ କାଟୁ କରୁନି। କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ଚିଡିବାଲସା ଗ୍ରାମରେ ଆଜି ପୁଣି ପ୍ରେମୀ ଯୁଗଳଙ୍କୁ ହଳ ଲଙ୍ଗଳ ଧରି ଗାଁ ପରିକ୍ରମା କରାଯାଇଛି। ପ୍ରେମୀ ଯୁଗଳଙ୍କ ସଂଜ୍ଞା ପୃଥକ ପୃଥକ ହୋଇଥିଲେ ମଧ୍ୟ ସମ୍ପର୍କରେ ଭାଇ-ଭଉଣୀ ଦର୍ଶାଇ ପରମ୍ପରା ଆଳରେ ସେମାନଙ୍କୁ ଗ୍ରାମବାସୀ ପ୍ରତୀକାତ୍ମକ ଦଣ୍ଡବିଧାନ କରିଛନ୍ତି।

ବିଗତ ଦେଢ଼ମାସ ଭିତରେ କୋରାପୁଟ ଓ ରାୟଗଡ଼ା ଜିଲାର ବିଭିନ୍ନ ସ୍ଥାନରେ ପରମ୍ପରା ନାମରେ ପ୍ରେମୀଯୁଗଳଙ୍କୁ ଗାଁ ଭିତରେ ସର୍ବସମ୍ମୁଖରେ ଅକଥନୀୟ ଦଣ୍ଡବିଧାନ କରାଯାଇଛି। ପ୍ରଥମେ ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ବ୍ଲକରେ ଏକ ପ୍ରେମୀ ଯୁଗଳଙ୍କୁ ଭାଇ-ଭଉଣୀ ସମ୍ପର୍କ ଦର୍ଶାଇ କାନ୍ଧରେ ଜୁଆଳି ପକେଇ ଗଁା ଲୋକେ ଜମିରେ ହଲ କରାଇଥିଲେ। ଏହି ଘଟଣାର ମାତ୍ର କେଇଟା ଦିନ ପରେ ଅନୁରୂପ ଦୃଶ୍ୟ ଗତମାସ ୧୪ ତାରିଖରେ କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକରେ ଦେଖିବାକୁ ମିଳିଥିଲା। ଏହାର ଏକ ମାସ ନ ପୁରୁଣ ପୁଣି ଏବେ ବନ୍ଧୁଗାଁ ବ୍ଲକରେ ଦେଖିବାକୁ ମିଳିଛି ଏପରି ଆଉ ଏକ ଘଟଣା ଓ କିନ୍ତୁ ଏଥର କାନ୍ଧରେ ଜୁଆଳି ଯୋଚା ନଯାଇ ପ୍ରତୀକାତ୍ମକ ଭାବେ ଉଭୟଙ୍କ ହାତରେ ଲଙ୍ଗଳ ଧରାଇ ଗାଁ ପରିକ୍ରମା କରାଯାଇଛି। ପରମ୍ପରା ଅନୁସାରେ ପୂଜାପାଠ ପରେ ଲଙ୍ଗଳ ଧରେଇ ଗାଁ ପରିକ୍ରମା କରାଇଛନ୍ତି। ଆଲମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିଡିବାଲସା ଗ୍ରାମର ଜଣେ ଯୁବକଙ୍କ ସହ ପେଦାଲଡା ଗ୍ରାମର ଜଣେ ଯୁବତୀଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଉଭୟଙ୍କ ସଂଜ୍ଞା ଅଲଗା ଥିଲେ ହେଁ ସେହି ସଂଜ୍ଞାରେ ବାହାଘର ହୋଇପାରିବ ନାହିଁ କହି ଗ୍ରାମବାସୀ ଏପରି ପୂଜାପାଠ କରାଇବା ସହ ଲଙ୍ଗଳ ଧରି ଗାଁ ପରିକ୍ରମା କରାଇଛନ୍ତି।

- Advertisement -

ଏଥି ପୂର୍ବରୁ ଘଟିଥିବା ଘଟଣାଗୁଡିକ ଅଲଗା ଥିବା ବେଳେ ଚିଡିବାଲସା ଗ୍ରାମର ଦୃଶ୍ୟ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ଏହା ଦଣ୍ଡ ନୁହେଁ ବରଂ କେବଳ ଦୋଷମୁକ୍ତ ପାଇଁ ଏଭଳି କରାଯାଉଥିବା ଆଦିବାସୀ ପରମ୍ପରାରେ ରହି ଆସିଥିବା ଗାଁବାସୀ କହିଛନ୍ତି। ତେବେ ଏହି ଘଟଣା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବା ପରେ ଚିଡିବାଲସାରେ ବନ୍ଧୁଗାଁ ତହସିଲଦାର ସୋନାଲି ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଥାନାଧିକାରୀ ପି କେ ମିଶ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ଆଲମଣ୍ଡା ସରପଞ୍ଚ ଗୌରୀ ମେଲେକା ଓ ସ୍ଥାନୀୟ ଜନପ୍ରତିନିଧି ଚିଡ଼ିବାଲସାରେ ପହଞ୍ଚି ଘଟଣା ସମ୍ପର୍କରେ ଲୋକଙ୍କ ସହ ଆଲୋଚନା କରିଥିଲେ। ଭବିଷ୍ୟତରେ ଏପରି ନକରିବାକୁ ଲୋକଙ୍କୁ ବୁଝାଇଥିଲେ ଓ ଅନ୍ଧବିଶ୍ୱାସ ଠାରୁ ଦୂରେଇ ରହିବା ପାଇଁ ସଚେତନତା କରାଯାଇଥିଲା।

Hot this week

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

Related Articles

Popular Categories