ଲସ ଏଞ୍ଜେଲ୍ସ: ବହୁ ପ୍ରତୀକ୍ଷିତ ୯୧ତମ ଓସ୍କାର ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ ସୋମବାର(ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଟାଇମ ଅନୁସାରେ) ଲସ୍ ଏଞ୍ଜେଲ୍ସସ୍ଥିତ ହଲିଉଡ୍ର ଡଲବି ଥିଏଟରରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ପ୍ରାମାଣିକ ଚଳଚ୍ଚିତ୍ର କ୍ଷେତ୍ରରେ ଭାରତୀୟ ଚଳଚ୍ଚିତ୍ର ‘ପିରିୟଡ. ଏଣ୍ଡ ଅଫ ସେଣ୍ଟେନ୍ସ’ ଓସ୍କାର ପୁରସ୍କାର ହାତେଇଛି। ଚଳଚ୍ଚିତ୍ରର ପ୍ରଯୋଜକ ଗୁନୀତ ମୋଙ୍ଗାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି।
ସେହିପରି ହଲିଉଡ୍ ଅଭିନେତା ରାମି ମାଲେକଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି। ସେ ‘ବୋହେମିଆନ ରାପସୋଡି’ ଚଳଚ୍ଚିତ୍ର ପାଇଁ ଏହି ପୁରସ୍କାର ପାଇଛନ୍ତି। ବ୍ରିଟିଶ ରକ୍ ବ୍ୟାଣ୍ଡର ମୁଖ୍ୟ ଗାୟିକା ଫ୍ରେଡି ମର୍କ୍ୟୁରୀଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି।
ଓଲିଭିଆ କୋଲମ୍ୟାନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ମିଳିଛି। ଚଳଚ୍ଚିତ୍ର ’ଦ ଫେଭରାଇଟ’ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହାବ୍ୟତୀତ ରୋମା ଚଳଚ୍ଚିତ୍ର ପାଇଁ ଆଲଫନସୋ କୁଏରନଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ‘ଗ୍ରୀନ ବୁକ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଛି।
ବେଷ୍ଟ ଅରଜିନାଲ ସଙ୍ଗ୍ କ୍ଷେତ୍ରରେ ଲେଡି ଗାଗା, ମାର୍କ ରନସନ୍, ଆନ୍ଥୋନୀ ରୋସୋମାଣ୍ଡୋ ଏବଂ ଆନଡ୍ରିୟୁ ୱେଟ ଓସ୍କାର ପାଇଛନ୍ତି। ‘ସ୍ୟାଲୋ’ ଚଳଚ୍ଚିତ୍ର ପାଇଁ ସେମାନଙ୍କୁ ଏହି ପୁରସ୍କାର ମିଳିଛି।



