ଫୁଲବାଣୀ : ସ୍ଥାନୀୟ ସଞ୍ଜୟ ସ୍ମୃତି ସରକାରୀ ମହାବିଦ୍ୟାଳୟ ପକ୍ଷରୁ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ଏ ଅବସରରେ ମହାବିଦ୍ୟାଳୟର ଛାତ୍ରୀମାନେ ବିଏସଏଫ ଯବାନ ମାନଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ଜିଲ୍ଲାରେ ନକ୍ସଲ ଦମନ ପାଇଁ ନିୟୋଜିତ ୧୧୬ ବିଏସଏଫ ବାଟାଲିଆନର ଯବାନ ମାନଙ୍କୁ ମହାବିଦ୍ୟାଳୟ ପରିସରରେ ଛାତ୍ରୀ ମାନେ ରାକ୍ଷୀ ବାନ୍ଧି ସେମାନଙ୍କ ଶୁଭ ମନାସିଛନ୍ତି। ପରମ୍ପରା ଅନୁଯାୟୀ ଭଉଣୀ ମାନଙ୍କୁ ରାକ୍ଷୀ ବାନ୍ଧିବା ପରେ ଯବାନ ମାନେ ଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରିଥିଲେ। ଘରଠାରୁ ବହୁ ଦୂରରେ ରହି ଦେଶର ସୁରକ୍ଷା କରୁଥିବା ଯବାନମାନଙ୍କୁ ରାକ୍ଷୀ ବାନ୍ଧି ଆମେ ବହୁତ ଖୁସୀ ଏବଂ ଗର୍ବିତ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଏବଂ ଛାତ୍ରୀମାନେ କହିଛନ୍ତି ।
Popular Categories



