www.samajalive.in
Monday, December 8, 2025
20.1 C
Bhubaneswar

ସୌମ୍ୟାଶ୍ରୀ ଆତ୍ମାହୁତି ମାମଲା: ଏସ୍‌ପି ପାହ୍ୟାର ଅଧିକାରୀ କରିବେ ତଦାରଖ

ବାଲେଶ୍ବର: ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ମାମଲାରେ ଦୀର୍ଘ ୨୪ ଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଦାୟିତ୍ବ ଦେଇଥିବା ତଦନ୍ତକାରୀ ଅଧିକାରିଣୀ ବଦଳିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ପୂର୍ବରୁ କ୍ରାଇମବ୍ରାଞ୍ଚ ଡିଏସ୍‌ପି ଇମାନ କଲ୍ୟାଣ ନାୟକ ୪ ଜଣିଆ ଦଳର ମୁଖ୍ୟ ଭାବେ ତଦନ୍ତ ଜାରି ରଖିଥିଲେ। କିନ୍ତୁ ଏବେ ଏସ୍‌ପି ପାହ୍ୟାର ଅଧିକାରୀ ଅନିରୁଦ୍ଧ ରାଉତରାୟଙ୍କ ନେତୃତ୍ବରେ ତଦନ୍ତ ହେବ ବୋଲି ଜଣାପଡ଼ିଛି। ହଠାତ ତଦନ୍ତକାରୀ ଅଧିକାରୀଙ୍କୁ କାହିଁକି ବଦଳ କରାଗଲା, ତାହାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ୪ରୁ ୫ଟି ଦିଗକୁ ନେଇ ତଦନ୍ତକାରୀ ଅଧିକାରୀଙ୍କୁ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି। ମାତ୍ର କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ଟିପ୍ପଣୀ ଦିଆଯାଇନି। ଏସ୍‌ପି ପାହ୍ୟା ଅଧିକାରୀଙ୍କ ତତ୍ତ୍ବାବଧାନରେ ତଦନ୍ତ ହେବ ଓ ଉକ୍ତ ଦଳକୁ ସେ ଦିଗ୍‌ଦର୍ଶନ ଦେବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଏହି ମାମଲାରେ ପୂର୍ବରୁ ଅଭିଯୁକ୍ତ ଅଧ୍ୟାପକ ଓ ଅଧ୍ୟକ୍ଷଙ୍କୁ ଗିରଫ କରାଯାଇଥିଲା। ମାତ୍ର ୩ ତାରିଖ ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଦୁଇ ଜଣ ଛାତ୍ର ନେତାଙ୍କୁ ଗିରଫ କରିବା ଯୋଗୁଁ ତଦନ୍ତକାରୀ ଅଧିକାରୀ ଶ୍ରୀମତୀ ନାୟକଙ୍କୁ ପରିବର୍ତ୍ତନ କରାଯାଇଛି କି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ପ୍ରକୃତରେ ଦୁଇ ଛାତ୍ରନେତାଙ୍କ ଗିରଫକୁ ସରକାର ଗ୍ରହଣ କରି ପାରୁନାହାନ୍ତି କିମ୍ବା ତଦନ୍ତ ଦଳର ମୁଖ୍ୟ ଥିବା ଡିଏସ୍‌ପି ଶ୍ରୀମତୀ ନାୟକଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନଥିଲେ, ତାହା ଏବେ ବଡ଼ ପ୍ରଶ୍ନ ହୋଇଛି। ଅନୁରୂପ ଭାବେ ଦୁଇ ଛାତ୍ର ନେତାଙ୍କ ଗିରଫକୁ ସମାଲୋଚନା କରି ଛାତ୍ର ସଂଗଠନ ‘ଏବିଭିପି’ର ରାଜ୍ୟ କର୍ମକର୍ତ୍ତା ସିବିଆଇ ତଦନ୍ତ ଦାବି କରିବାକୁ ଦୃଷ୍ଟି ଦେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଦଳର ମୁଖ୍ୟଙ୍କୁ ପରିବର୍ତ୍ତନ କରାଯାଇଛି କି ବୋଲି ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ଛାତ୍ରୀ ଆତ୍ମାହୁତି ମାମଲାରେ ଆଗକୁ ଆଉ କେହି ଉଚ୍ଚସ୍ତରୀୟ ବ୍ୟକ୍ତି ଗିରଫ ହେବା ସମ୍ଭାବନାକୁ ଗୁରୁତ୍ବ ଦେଇ ବିଭାଗ ପକ୍ଷରୁ ଏହି ବଦଳି ନିଷ୍ପତ୍ତି ନିଆଯାଇଥାଇପାରେ ବୋଲି ଏବେ ଆଲୋଚନା ହେଉଛି। ଦୀର୍ଘ ୨୪ ଦିନ ପ‌େ‌ର ଏସ୍‌ପି ତଦନ୍ତ ଦଳର ମୁଖ୍ୟ ଭାବେ ନିଯୁକ୍ତ ହେବା ଦ୍ବାରା ପୂର୍ବରୁ ହୋଇଥିବା ତଦନ୍ତକୁ ଏହା ପ୍ରଭାବିତ କରିବ କି ? ତାକୁ ନେଇ ବି ଆଶଙ୍କା ଦେଖାଦେଇଛି। ପୂର୍ବରୁ ଡିଏସ୍‌ପିଙ୍କ ନେତୃତ୍ବରେ ହୋଇଥିବା ତଦନ୍ତକୁ ଏସ୍‌ପି ପାହ୍ୟାର ଅଧିକାରୀ ଶ୍ରୀ ରାଉତରାୟ ଗୁରୁତ୍ବ ଦେବେ ନା ପୁଣି ଥରେ ପ୍ରଥମରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବେ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories