www.samajalive.in
Friday, December 5, 2025
27.1 C
Bhubaneswar

ବିଭିନ୍ନ ଏମ୍‌ସରେ ୪୦% ଅଧ୍ୟାପକ ପଦ ଖାଲି

ନୂଆଦିଲ୍ଲୀ: ଦେଶରେ ପ୍ରାୟ ୨୦ଟି ଏମ୍‌ସ (ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡିକାଲ ସାଇନ୍ସ)ରେ ୪୦ ପ୍ରତିଶତ (୨୮୦୦) ଅଧ୍ୟାପକ ଖାଲି ପଡିଥିବା ଜଣାପଡିଛି। ଲୋକସଭାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ଏହି ସୂଚନା ଦେଇଛନ୍ତି। ଦେଶର ସବୁଠାରୁ ପୁରାତନ ତଥା ପ୍ରତିଷ୍ଠିତ ଦିଲ୍ଲୀ ଏମ୍‌ସରେ ୧୩୦୬ ଅଧ୍ୟାପକ ପଦରୁ ୪୬୨ ପଦ (୩୫%) ଖାଲି ପଡିଛି। ସେହିପରି ଯୋଧପୁର ଏମ୍‌ସରେ ୧୮୬, ଋଷିକେଶ ଏମ୍‌ସରେ ୧୪୭, ରାୟପୁର ଏମ୍‌ସରେ ୧୧୬, ନାଗପୁର ଓ କଲ୍ୟାଣୀ ଏମ୍‌ସରେ ପ୍ରତ୍ୟେକ ୧୩୯ ଅଧ୍ୟାପକ ପଦ ଖାଲି ପଡିଛି। ଅପରପକ୍ଷରେ ରାଜକୋଟ, ମଦୁରାଇ ଏବଂ ଅବନ୍ତୀପୁରା ଭଳି ଅପେକ୍ଷାକୃତ ନୂଆ ଏମ୍‌ସରେ ସ୍ଥିତି ଅଧିକ ଉଦ୍‌ବେଗଜନକ ରହିଛି। ଏଠାରେ ପ୍ରାୟ ସ୍ଥାୟୀ ଅଧ୍ୟାପକ ନାହାନ୍ତି। ରାଜକୋଟ ଏମ୍‌ସରେ ଧାର୍ଯ୍ୟ ୧୮୩ ମଧ୍ୟରୁ ୭୬, ମଦୁରାଇରେ ୧୮୩ ମଧ୍ୟରୁ ୪୯ ଅଧ୍ୟାପକ କାର୍ଯ୍ୟରତ ଥିବାବେଳେ ଅବନ୍ତୀପୁରାରେ ଧାର୍ଯ୍ୟ ୯୪ ମଧ୍ୟରୁ ଗୋଟିଏ ହେଲେ ପଦ ପୂରଣ ହୋଇପାରିନାହିଁ। କେବଳ ଅଧ୍ୟାପକ କାହିଁକି ଅଣ-ଶିକ୍ଷକ ପଦରେ ମଧ୍ୟ ଅନୁରୂପ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଦିଲ୍ଲୀ ଏମ୍‌ସରେ ୧୩,୯୧୧ ଅଣ-ଶିକ୍ଷକ ପଦ ଥିବାବେଳେ ୩୧୦୬ଟି ଖାଲି ପଡିଛି। ରାୟପୁର ଓ ଭୁବନେଶ୍ବର ଏମ୍‌ସରେ ପ୍ରତ୍ୟେକ ୯୦୦ରୁ ଊର୍ଦ୍ଧ୍ବ ଅଣ-ଶିକ୍ଷକ ପଦ ଖାଲି ପଡିଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଏମ୍‌ସରେ ଖାଲି ପଡିଥିବା ଅଧ୍ୟାପକ ପଦ ପୂରଣ ପାଇଁ ଷ୍ଟାଣ୍ଡିଂ ମନୋନୟନ କମିଟି ରହିଛି। ସେମାନଙ୍କ ସୁପାରିସକୁ ଆଧାର କରି ନିଯୁକ୍ତି ଦିଆଯାଉଛି। ବର୍ତ୍ତମାନ ଅବସରପ୍ରାପ୍ତ ପ୍ରଫେସର (୭୦ ବର୍ଷ ବୟସ ମଧ୍ୟରେ)ଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦେବାକୁ ସରକାର ଯୋଜନା କରୁଥିବା ଜଣାପଡିଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories