www.samajalive.in
Thursday, December 11, 2025
23.1 C
Bhubaneswar

ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ ପଇଡ଼ ପାଣି, ଜାଣିନିଅନ୍ତୁ କ’ଣ ରହିଛି ଅପକାରିତା…

ପଇଡ ପାଣି ପିଉଛନ୍ତି କି । ହୋଇଯଆନ୍ତୁ ସାବଧାନ । କାରଣ ଏହି ପ୍ରାକୃତିକ ପାନୀୟ ଆପଣଙ୍କ ସ୍ବାସ୍ଥ୍ୟକୁ ପହଞ୍ଚାଇପାରେ କ୍ଷତି । ସାଧାରଣତଃ ପଇଡ ପାଣିକୁ ଏକ ପ୍ରାକୃତିକ ସୁପରଡ୍ରିଙ୍କ୍ସ ଭାବେ ବିବେଚନା କରାଯାଏ । ସେ ଖରା ଦିନ ହେଉ କି ଶୀତ, ଲୋକେ ସକାଳୁ ସକାଳୁ ପଇଡ ପାଣି ପିଇବାକୁ ଭଲ ପାଆନ୍ତି । କିନ୍ତୁ ମେଡିକାଲ ସାଇନ୍ସର ଏକ ଗବେଷଣାରୁ ଜଣାଯାଇଛି, ୬ଟି ଶ୍ରେଣୀର ଲୋକେ ଏଥିରୁ ଦୂରେଇ ରହିବା ଜରୁରୀ ।
ପଇଡ ପାଣିରେ କଣ ରହିଛି ଉପକାରିତା..
ପଇଡ ପାଣିରେ ଲୋ କ୍ୟାଲୋରୀ ସାଙ୍ଗକୁ ଭରପୁର ମାତ୍ରାରେ ଇଲେକ୍ଟ୍ରୋରେଟ୍ ରହିଥାଏ । ବାୟାମ କରିବା ପରେ ହାଇଡ୍ରେସନ ପାଇଁ ଏହା ଜୁରୁରୀ ଅଟେ । ସେହିପରି ଚର୍ମର ସୁସ୍ଥତା ପାଇଁ ପଇଡ ପାଣିରେ ଉପାଦାନ ରହିଛି । ଏହା ପାନୀୟ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ମାତ୍ର ଏ ସବୁ ପରେ ଏହା ପ୍ରତ୍ୟେକ ଲୋକଙ୍କ ପାଇଁ ହିତକର ନୁହେଁ ।
କେଉଁମାନେ ପଇଡ ପାଣିରୁ ଦୂରେଇ ରହିବା ଉଚିତ…
ପଇଡ ପାଣିରେ ଥିବା ନ୍ୟାଚୁରାଲ ସୁଗାର କଣ୍ଟେଣ୍ଟ, ପ୍ରଚୁର ଇଲେକ୍ଟ୍ରୋରାଲ ଏବଂ ଅତ୍ୟନ୍ତ ଥଣ୍ଡା ଯୋଗୁଁ କେତେକ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହା କ୍ଷତିକାରକ ହୋଇପାରେ । ଯେପରିକି ଡାଏବେଟିସ ବା ମଧୁମେୟ ରୋଗୀ, କିଡନୀ ସମସ୍ୟା ଭୋଗୁଥିବା ବ୍ୟକ୍ତି, ଉଚ୍ଚ ରକ୍ତ ଚାପ, ଖାଦ୍ୟ ପ୍ରତି ଆଲର୍ଜୀ ଥିବା ବ୍ୟକ୍ତି ପଇଡ ପାଣି ନପିଇବା ଭଲ । କାରଣ ଏଥିରେ ଥିବା ଉପାଦାନ ଏହି ସବୁ ରୋଗୀଙ୍କୁ ଅଧିକ କ୍ଷତି ପହଞ୍ଚାଇପାରେ ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ପ୍ରତି ୨୦୦ ମିଲିଲିଟର ପଇଡ ପାଣିରେ ୬-୭ ଗ୍ରାମ ସୁଗାର ଥାଏ । ଯାହାକି ଆମ ରକ୍ତରେ ଥିବା ଗ୍ଲୁକୋଜ ଲେବଲକୁ କ୍ଷତି ପହଞ୍ଚାଇଥାଏ । ତେଣୁ ଏହା ମଧୁମେୟ ରୋଗୀଙ୍କ ପ୍ରତି କ୍ଷତିକାରକ । ସେହିପରି ନିୟମିତ ଏବଂ ପ୍ରଚୁର ପରିମାଣରେ ପଇଡ ପାଣି ପିଇବା ଦ୍ବାରା ଏହା ରକ୍ତରେ ଶର୍କରା ମାତ୍ରାକୁ ବୃଦ୍ଧି କରିଥାଏ । ସେହିପରି ଖାଦ୍ୟ ପ୍ରତି ଆଲର୍ଜୀ ଥିବା ବ୍ୟକ୍ତିମାନେ ଏଥିରୁ ଦୂରେଇ ରହିବା ଭଲ । କାରଣ ଏହା ଶରୀରରେ ଅଧିକ ପାର୍ଶ୍ବପ୍ରତିକ୍ରିୟା କରାଇଥାଏ । ଏସିଆ ପାସିଫିକ ଆଲର୍ଜୀରେ ପ୍ରକାଶିତ ଏକ ସର୍ବାକ୍ଷଣ ଅନୁଯାଇ, ଖାଦ୍ୟ ପ୍ରତି ଆଲର୍ଜୀ ଥିବା ପ୍ରାୟ ୯୦ ପ୍ରତିଶତ ପିଲା ପଇଡ ପାଣି ପିଇବା ଦ୍ବାରା ଚର୍ମ ରୋଗ ଚର୍ମ ସଂକ୍ରମଣରେ ପୀଡ଼ିତ ।
ତେଣୁ ଆପଣ ତଥା ଆପଣଙ୍କ ପିଲାଙ୍କ ଯଦି ଏଭଳି କିଛି ସ୍ବାସ୍ଥ୍ୟଗତ ସମସ୍ୟା ଅଛି, ତେବେ ପଇଡ ପାଣି ପିଇବାକୁ ଏଡାଇ ଯାଆନ୍ତୁ ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories