www.samajalive.in
Wednesday, December 10, 2025
26.1 C
Bhubaneswar

ଅନ୍ତିମ ଟେଷ୍ଟ: ମଧ୍ୟାହ୍ନଭୋଜନ ବିରତି ସୁଦ୍ଧା ଭାରତ ୧୮୯/୩

ସମାଜ ଡିଜିଟାଲ ଡେସ୍କ: ଓଭାଲରେ ଚାଲିଥିବା ଅନ୍ତିମ ତଥା ୫ମ ଟେଷ୍ଟ ରୋମାଞ୍ଚକର ସ୍ଥିତି ଆଡକୁ ଅଗ୍ରସର ହେଉଛି। ୩ୟ ଦିବସର ମଧ୍ୟାହ୍ନଭୋଜନ ବିରତି ସୁଦ୍ଧା ଟିମ ଇଣ୍ଡିଆ ୩ ଉଇକେଟ ହରାଇ ୧୮୯ ରନ ସଂଗ୍ରହ କରିଛି। ସିରିଜକୁ ବରାବର ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚ ଜିତିବାକୁ ପଡ଼ିବ। ନଚେତ ଭାରତ ସିରିଜରେ ଘରୋଇ ଇଂଲଣ୍ଡ ଦଳଠାର ପରାଜିତ ହେବ।

ପ୍ରଥମ ଇନିଂସରେ ଭାରତ ବ୍ୟାଟି କରି ୨୨୪ ରନରେ ଅଲଆଉଟ ହୋଇଯାଇଥିଲା। କୌଣସି ଖେଳାଳି ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଏହାର ଜବାବରେ ଇଂଲଣ୍ଡ ୨୪୭ ରନ କରିବାରେ ସକ୍ଷମ ହୋଇଥିଲା। ଭାରତୀୟ ବୋଲର ପ୍ରଭାବୀ ପ୍ରଦର୍ଶନ ଯୋଗୁ ଘରୋଇ ଦଳକୁ ସୀମିତ ରନରେ ଅଟକାଇ ପାରିଥିଲେ। ଏହା ପରେ ୨ୟ ପାଳିରେ ଭାରତ ଭଲ ପ୍ରଦର୍ଶନ ଜାରି ରଖିଛି। ଆକାଶ ଦୀପ ୬୬ ରନ କରି ଆଉଟ ହୋଇଥିବାବେଳେ ଯଶସ୍ଵୀ ଜୟସଓ୍ବାଲ ୮୫  ଏବଂ ସୁବମନ ଗିଲ ୧୧ ରନ କରି ଖେଳୁଛନ୍ତି। ମ୍ୟାଚ ଜିତିବା ଲାଗି ଭାରତକୁ ବଡ଼ ଟାର୍ଗେଟ ଦେବାକୁ ପଡ଼ିବ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories