www.samajalive.in
Monday, December 8, 2025
17.1 C
Bhubaneswar

ମାର୍ଚ୍ଚ ୪ରେ ବଜାର ପ୍ରବେଶ କରିବ ରିଅଲମି-୩

ନୂଆଦିଲ୍ଲୀ : ରିଅଲମିର ନୂଆ ସ୍ମାର୍ଟଫୋନ ରିଅଲମି-୩ର ଲଞ୍ଚକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା। ଏବେ କମ୍ପାନୀ ତରଫରୁ ଏହାର ସ୍ପଷ୍ଟିକରଣ ଦିଆଯାଇଛି। କମ୍ପାନୀର କହିବା ଅନୁସାରେ ରିଅଲମି-୩ ସ୍ମାର୍ଟଫୋନ ମାର୍ଚ୍ଚ ୪ରେ ବଜାର ପ୍ରବେଶ କରିବ। ରିଅଲମି ଇଣ୍ଡିଆର ମୁଖ୍ୟ ମାଧବ ସେଠ୍ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି। ଏଥିପାଇଁ କମ୍ପାନୀ ମିଡିଆ ନିମନ୍ତ୍ରଣ ମଧ୍ୟ ପଠାଇସାରିଛି।

courtesy-india gizmo

ରିଅଲମି-୩ର ବିଶେଷତ୍ୱ ବିଷୟରେ କହିଲେ ଏହି ଫୋନରେ ରିଅଲମି-୧ଭଳି ଡାଇମଣ୍ଡ କଟ୍‍ ମିଳିବ। ଏହି ଫୋନକୁ ଇନ-ଡିସପ୍ଲେ ଟିପଚିହ୍ନ ସେନସର ସହିତ ଲଞ୍ଚ କରାଯିବାର ଅନୁମାନ କରାଯାଉଛି। ଅନେକ ରିପୋର୍ଟ ଅନୁସାରେ ଫୋନରେ ମିଡିଆଟେକର ହିଲିୟୋ ପି-୭୦ପ୍ରୋସେସର ମିଳିବ।

- Advertisement -
courtesy-specsraja.com

ଖବର ଅନୁସାରେ, ରିୟଲମି କିଛିଦିନତଳେ ରିଅଲମି ୟୁ-୧ ଭାରତୀୟ ବଜାରରେ କଞ୍ଚ କରିଥିଲା। ଯେଉଁଥିରେ ହିଲିୟୋ ପି-୭୦ ପ୍ରୋସେସର ଦିଆଯାଇଛି। ୨୫ମେଗାପିକ୍ସେଲର ଆଗପଟ କ୍ୟାମେରା ଏବଂ ୬.୩ଇଞ୍ଚର ଡିସପ୍ଲେ ରହିଛି। ଏହି ଫୋନ ଉଭୟ ଅଫଲାଇନ୍‍ ଏବଂ ଅନଲାଇନ ଷ୍ଟୋରରେ ଉପଲବ୍ଧ ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories