www.samajalive.in
Saturday, December 6, 2025
26.1 C
Bhubaneswar

ମୁମ୍ବଇ ଟ୍ରେନ ବିସ୍ଫୋରଣ: ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ସମାଜ ଡିଜିଟାଲ ଡେସ୍କ: ମୁମ୍ବଇ ଟ୍ରେନ ସିରିଏଲ ବିସ୍ଫୋରଣ ମାମଲାରେ ବମ୍ବେ ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଗୁରୁବାର ସୁପ୍ରିମକୋର୍ଟ ଏ ସଂକ୍ରାନ୍ତ ମାମଲାର ଶୁଣାଣି କରି ଉପରୋକ୍ତ ଆଦେଶ ଜାରି କରିଛନ୍ତି।

୨୦୦୬ ଜୁଲାଇ ୧୧ ତାରିଖରେ ମୁମ୍ବଇର ରେଲ୍‌ ନେଟଓ୍ବର୍କରେ ସିରିଜ ବିସ୍ଫୋରଣ ଘଟିଥିଲା। ଏହାକୁ ୭/୧୧ ବିସ୍ଫୋରଣ ନାମରେ ଜଣାଯାଏ। ଏହି ଆତଙ୍କୀ ଆକ୍ରମଣ ମାମଲାର ଶୁଣାଣି କରି ବମ୍ବେ ହାଇକୋର୍ଟ ନିକଟରେ ୧୧ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ।

- Advertisement -

ହାଇକୋର୍ଟଙ୍କ ଏପରି ରାୟ ବିରୋଧରେ ସଲିସିଟର ଜେନେରାଲ ତୁଷାର ମେହେଟା ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ମହାରାଷ୍ଟ୍ର କଂଟ୍ରୋଲ ଅଫ ଅର୍ଗାନାଇଜଡ୍‌ କ୍ରାଇମ ଆକ୍ଟ(ଏମସିଓସିଏ) ଅଧୀରେ ଚାଲିଥିବା ମାମଲାଗୁଡ଼ିକୁ ହାଇକୋର୍ଟଙ୍କ ରାୟ ପ୍ରଭାବିତ କରିପାରେ ବୋଲି ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ତେବେ ଏଭଳି ହେବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ୧୨ ଜଣଙ୍କୁ ନୋଟିସ ଜାରି କରିଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories