www.samajalive.in
Saturday, December 6, 2025
26.1 C
Bhubaneswar

ଧସିଲା କୋଇଲା ଖଣି, ଚାପି ହୋଇରହିଛନ୍ତି ୧୨ ଶ୍ରମିକ

ସମାଜ ଡିଜିଟାଲ ଡେସ୍କ: ଝାଡ଼ଖଣ୍ଡର ଧାନବାଦ ଜିଲା ଅନ୍ତର୍ଗତ ଜାମୁନିଆ ଅଞ୍ଚଳରେ ଥିବା ଏକ ବେଆଇନ କୋଇଲା ଖଣିରେ ଅତଡ଼ା ଧସିବା ଫଳରେ ୧୨ ଜଣ ଶ୍ରମିକ ଚାପି ହୋଇରହିଛନ୍ତି। ୧୦ରୁ ଅଧିକ ଶ୍ରମିକଙ୍କୁ ଉଦ୍ଧାର କରାଯିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୋଇଲା ଅତଡ଼ା ତଳେ ଫଶି ରହିଥିବା ୧୨ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରାଯାଉଛି। ବୁଧବାର ଏହି ଅଘଟଣ ଘଟିଥିବାବେଳେ ଫଶି ରହିଥିବା ଶ୍ରମିକମାନେ ଜୀବିତ ଅଛନ୍ତି କି ନାହାନ୍ତି ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଶାସକ ଦଳ ଏବଂ ବିରୋଧୀ ଦଳଗୁଡ଼ିକ ପରସ୍ପରଙ୍କୁ ବେଆଇନ କୋଇଲା ଖଣିକୁ ନେଇ ଆରୋପ ପ୍ରତ୍ୟାରୋପ କରୁଛନ୍ତି। ଖଣି ଧସିଥିଲେ ହେଁ ତାହାକୁ ଲୁଚାଇବା ଲାଗି ପ୍ରବେଶ ଦ୍ଵାରରେ ମାଟି ଘୋଡ଼ାଇ ଦିଆଯାଇଛି। କିନ୍ତୁ ଅନ୍ୟପଟେ ଫସି ରହିଥିବା ଶ୍ରମିକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଖଣି ମାଲିକଙ୍କ ପକ୍ଷରୁ ଘୋଷଣା ହୋଇସାରିଛି। ବାହାର ଜିଲାରୁ ଶ୍ରମିକଙ୍କୁ ଆଣି ଏଠାରେ ନିୟୋଜିତ କରାଯାଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories