www.samajalive.in
Monday, December 8, 2025
20.1 C
Bhubaneswar

ଏଣିକି ରକେଟ୍ ଭଳି ଉଡିବ ଅଲ୍ଟ୍ରାଭାଓଲେଟ୍ ଏଫ୍୭୭, ଆସିଲା ନୂଆ ଫିଚର୍

ନୂଆଦିଲ୍ଲୀ : ଭାରତର ଇଲେକ୍ଟ୍ରିକ୍ ମୋଟରସାଇକେଲ କ୍ରାନ୍ତିକୁ ନୂଆ ଦିଗ ଦେଇଥିବା ଅଲ୍ଟ୍ରାଭାଓଲେଟ୍ ନିଜ ସୁପରଫାଷ୍ଟ ଇଲେକ୍ଟ୍ରିକ୍ ବାଇକ୍ ଏଫ୍୭୭ ପାଇଁ ଏକ ଦମଦାର ଅପଡେଟ୍ ନେଇଆସିଛି । କମ୍ପାନୀ ଜେନ୍ ୩ ପାଓ୍ବରଟ୍ରେନ୍ ଫର୍ମଓ୍ବେୟର ଏବଂ ଏକ ନୂଆ ଦମଦାର ‘ବାଲିଷ୍ଟିକ୍ ପ୍ଲସ୍’ ମୋଡ୍ ଲଞ୍ଚ୍ କରିଛି ।

ବାଲିଷ୍ଟିକ୍ ପ୍ଲସ୍ ମୋଡ୍ ଏବେ ଏଫ୍୭୭କୁ ଅଧିକ ଶାର୍ପ, କ୍ବିକ୍ ଓ ପାଓ୍ବରଫୁଲ୍ କରିଛି । ଅଲ୍ଟ୍ରାଭାଓଲେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସହ ପ୍ରତିଷ୍ଠାତା ସୁବ୍ରମଣ୍ୟମଙ୍କ କହିବାନୁସାରେ ଅନ୍ୟ କମ୍ପାନୀମାନଙ୍କ ତୁଳନାରେ ଅଲ୍ଟ୍ରାଭାଓଲେଟ୍ ପ୍ରଯୁକ୍ତିବିଦ୍ୟାକୁ ଅଧିକ ଆଦରି ନେଇଛି ଏବଂ ସ୍ମାର୍ଟ ହେବାକୁ ଚେଷ୍ଟା ଜାରି ରଖିଛି ।

- Advertisement -

ଏଫ୍ ୭୭୭ ମ୍ୟାକ୍ ୨ ଭର୍ସନରେ ପୂର୍ବରୁ ଟ୍ରାକ୍ସନ କଣ୍ଟ୍ରୋଲ, ଡାଇନାମିକ୍ ଷ୍ଟାବିଲିଟି କଣ୍ଟ୍ରୋଲ, ୧୦ ଲେବଲର ରିଜେନେରେଟିଭ୍ ବ୍ରେକିଂ, ହିଲ୍ ହୋଲ୍ଡ ଆସିଷ୍ଟ ମିଳିସାରିଥିଲା । ଏବେ ନୂଆ ଅପଡେଟ୍ ପରେ ବାଇକ୍ କେବଳ ଏକ ରାଇଡିଂ ମେସିନ୍ ନୁହେଁ ବରଂ ଗ୍ରାହକଙ୍କ ସ୍ମାର୍ଟ ଇଲେକ୍ଟ୍ରିକ୍ ପାର୍ଟନର ପାଲଟିଯାଇଛି ।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories