www.samajalive.in
Sunday, December 7, 2025
26.1 C
Bhubaneswar

୩୮ ଦିନ ପରେ ଫେରିଗଲା ବ୍ରିଟିଶ ଏଫ-୩୫ ଲଢ଼ୁଆ ବିମାନ

ଡେସ୍କ: କେରଳର ତିରୁବନନ୍ତପୁରମ ବିମାନବନ୍ଦରରେ ୩୮ ଦିନ ଅଚଳ ରହିବା ପରେ ବ୍ରିଟିଶ ରୟାଲ ନୌସେନାର ଏଫ-୩୫ ଲଢ଼ୁଆ ବିମାନ ସ୍ୱଦେଶ ଫେରିଯାଇଛି। ଜୁନ୍ ୧୪ ତାରିଖରୁ ବିମାନଟି ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ପାର୍କିଂ କରାଯାଇଥିଲା। ମଝି ଆକାଶରେ ଉଡାଣ ସମୟରେ ଜରୁରୀକାଳୀନ ପରିସ୍ଥିତି ପାଇଁ ସମ୍ପୃକ୍ତ ଲଢୁଆ ବିମାନଟି ଦିଗ ପରିବର୍ତ୍ତନ କରୁଥିବା ବେଳେ ଗମ୍ଭୀର ଇଞ୍ଜିନିୟରିଂ ସମସ୍ୟା ସୃଷ୍ଟି ହୋଇଥିଲା।

ତେବେ ବିଶ୍ୱର ସବୁଠାରୁ ଉନ୍ନତ ଲଢ଼ୁଆ ବିମାନ ଏଫ-୩୫ ୩୮ ଦିନ ଧରି ବିମାନବନ୍ଦରରେ ରହିବା ଏବଂ ଇଞ୍ଜିନିଅରମାନେ ଯାନ୍ତ୍ରିକ ତ୍ରୁଟି ସଜାଡି ନ ପାରିବା ସମାଲୋଚନାକୁ ଖୋରାକ ଯୋଗାଇଥିଲା। ତେବେ ବିମାନରେ କେଉଁ ପ୍ରକାର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ତାହା ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନ ଥିବା ବେଳେ ବ୍ରିଟିଶ ହାଇକମିସନ୍ ମଙ୍ଗଳବାର ନିଶ୍ଚିତ କରିଛି ଯେ ଆବଶ୍ୟକୀୟ ମରାମତି ସଫଳ ଭାବରେ ଶେଷ ହେବା ପରେ ଯୁଦ୍ଧ ବିମାନଟି ଫେରି ଯାଇଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories