www.samajalive.in
Wednesday, December 10, 2025
17.1 C
Bhubaneswar

ଆତଙ୍କବାଦୀଙ୍କ ଜେଲ ସ୍ଥାନାନ୍ତରଣ ପାଇଁ କୋର୍ଟକୁ ଗଲେ ସରକାର

ଜାମ୍ମୁ: ଜାମ୍ମୁ କାରାଗାରରେ ଥିବା ୭ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ତିହାର ଜେଲକୁ ସ୍ଥାନାନ୍ତର ଲାଗି ଜାମ୍ମୁ କାଶ୍ମୀର ସରକାର ସୁପ୍ରିମ୍‍କୋର୍ଟରେ ଆବେଦନ କରିଛନ୍ତି। ଏହି ଆତଙ୍କବାଦୀମାନେ ଜେଲରେ ଥିବା ଅନ୍ୟ କଏଦୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଚିନ୍ତାଧାରାରେ ଅନୁପ୍ରାଣିତ କରିବା ଦିଗରେ କାର୍ଯ୍ୟ କରୁଥିବା ଅଭିଯୋଗରେ ଜାମ୍ମୁ କାଶ୍ମୀର ସରକାର ଏହି ଆବେଦନ କରିଛନ୍ତି। ବିଚାରପତି ଏଲ୍‍.ଏନ୍‍. ରାଓ ଓ ବିଚାରପତି ଏମ୍‍.ଆର୍‍. ଶାହାଙ୍କୁ ନେଇ ଗଠିତ ବେଞ୍ଚ୍‍ ଏହି ମାମଲାରେ କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମତାମତ ଲୋଡ଼ିଛନ୍ତି। ଜାମ୍ମୁ କାଶ୍ମୀର ସରକାରଙ୍କ ପକ୍ଷରୁ ଆଇନ୍‍ଜୀବୀ ସୋହେବ ଆଲାମ୍‍ ସର୍ବୋଚ୍ଚ ଅଦାଲତରେ ଏହି ମାମଲାରେ ନିଜ ପକ୍ଷ ରଖି କହିଛନ୍ତି, ଯଦି ତିହାର ଜେଲ୍‍ ସମ୍ଭବ ନ ହୁଏ ତେବେ ଏହି ଆତଙ୍କବାଦୀମାନଙ୍କୁ ପଞ୍ଜାବ ଓ ହରିଆନାରେ ଥିବା ଅତ୍ୟନ୍ତ ସୁରକ୍ଷିତ ଜେଲକୁ ସ୍ଥାନାନ୍ତର କରାଯାଇ ପାରିବ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories