www.samajalive.in
Monday, December 8, 2025
27.1 C
Bhubaneswar

ମା’ହିଙ୍ଗୁଳାଙ୍କ ବଡ଼ପୂଜା

ବଡ଼ସାହି : ଉତ୍ତର ଓଡ଼ିଶାର ପ୍ରସିଦ୍ଧ ତଥା ମୟୂରଭଞ୍ଜ ଜିଲା, ବଡ଼ସାହି ନିକଟ କଉଡ଼ିଖଣି ଶାଳଜଙ୍ଗଲରେ ପୂଜା ପାଉଥିବା ମା’ ହିଙ୍ଗୁଳାଙ୍କ ବାର୍ଷିକ ବା ବଡ଼ପୂଜା ଶନିବାର ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କିମ୍ବଦନ୍ତୀ କହେ, ଅଗ୍ନିକାଣ୍ଡ ଏକ ଆକସ୍ମିକ ଦୁର୍ଘଟଣା। କେତେବେଳେ କେଉଁ କାରଣରେ ଏହା ଘଟେ, ତାହା ସମସ୍ତଙ୍କୁ ଅଜଣା। ତେବେ ଦିନଥିଲା  କ୍ରମାଗତ ଅଗ୍ନିକାଣ୍ଡରେ ମୟୂରଭଞ୍ଜ ବଡ଼ସାହି ବ୍ଳକ ଅଧୀନ ଛେଳିଆ ଗ୍ରାମ ନିଶ୍ଚନ୍ନ ହେବାକୁ ବସିଥିଲା। ଗ୍ରାମବାସୀ ମା’ ହିଙ୍ଗୁଳାଙ୍କ ଶରଣାପନ୍ନ ହୋଇ ଗ୍ରାମରେ ସ୍ଥାପନା ପୂର୍ବକ ପୂଜା ଆରମ୍ଭ କରିଥିଲେ। ସେହିଦିନ ଠାରୁ ସେଭଳି ଅଗ୍ନିକାଣ୍ଡ ଆଉ ଦେଖିବାକୁ ମିଳୁନାହିଁ। କେବଳ ଯେ ଅଗ୍ନିକାଣ୍ଡରୁ ମା’ ରକ୍ଷା କରିଥାଆନ୍ତି, ତାହା ନୁହେଁ; ଅଞ୍ଚଳର ପ୍ରତ୍ୟକ୍ଷ ଦେବୀ ଭାବରେ ସେ ସର୍ବବିଦ୍ୟମାନ। ଅଗ୍ନିପୂର୍ଣ୍ଣିମା ପରବର୍ତ୍ତୀ ଶନିବାର କିମ୍ବା ମଙ୍ଗଳବାରରେ ମା’ଙ୍କର ବାର୍ଷିକ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ପୂଜା ତଥା ମେଳାପାଇଁ ମା’ଙ୍କ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ପୂର୍ବ ବର୍ଷ ମାନଙ୍କରେ ୬/୭ଲକ୍ଷରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମ ମା’ଙ୍କର ଲୋକପ୍ରିୟତାକୁ ପ୍ରମାଣ କରିଥାଏ। ବିଶ୍ୱାସ ଅଛି, ମା’ଙ୍କର ଯଜ୍ଞ କୁଣ୍ଡରେ ଘର ଚାଳରୁ କୁଟା ଓ ବାଉଁଶ ଅର୍ପଣ କଲେ ଘର ପୋଡି ହୁଏନାହିଁ। ଏଣୁ ସମସ୍ତ ଭକ୍ତ ଏହି ଦିନ ନିଜ ନିଜ ଘରୁ କୁଟା ଓ ବାଉଁଶ ଆଣି ସମର୍ପଣ କରିଥାଆନ୍ତି। ସେହିପରି ଏଠାରେ ଉକ୍ତ ଦିନରେ ଭକ୍ତ ସଙ୍ଗରେ ଆଣିଥିବା ନଡିଆ, କଦଳୀ, ଧୂପ, ଦୀପ, ଗୁଆ, ସିନ୍ଦୁର ଓ ଘିଅ ଆଦି ପୂଜା ସାମଗ୍ରୀ ମା’ଙ୍କୁ ଅର୍ପଣ କରିଥାନ୍ତି। କୌଣସି ସାମଗ୍ରୀ ଘରକୁ ନେଇନଥାଆନ୍ତି। ସମସ୍ତଙ୍କ ସାମଗ୍ରୀ ଯଜ୍ଞ କୁଣ୍ଡରେ ସମର୍ପଣ ପୂର୍ବକ ସୂର୍ଯ୍ୟାସ୍ତ ସମୟରେ ଅଗ୍ନି ସଂଯୋଗ କରାଯାଇଥାଏ। ଯାହାକି ଏହି ପୀଠର ବିରଳ ପ୍ରଥା। କେବଳ ଗୋଟିଏ ଦିନ ପାଇଁ ଅନୁଷ୍ଠିତ ହେଉଥିବା ଏହି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟିଥାଏ। ଏତଦ୍ବ୍ୟତୀତ ବର୍ଷକଯାକ ପ୍ରତ୍ୟେକ ଶନିବାର ଓ ମଙ୍ଗଳବାର ରଜ ସଂକ୍ରାନ୍ତି ବ୍ୟତୀତ ଅନ୍ୟ ସଂକ୍ରାନ୍ତିମାନଙ୍କରେ ଏହି ପୀଠରେ ନାହିଁ ନ ଥିବା ଭିଡ ପରିଲକ୍ଷିତ ହେଉଛି। ମା’ଙ୍କ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟାରିକେଟ ବ୍ୟବସ୍ଥା ଓ ୱାଚ୍‍ ଟାୱାର ବ୍ୟବସ୍ଥା ରହିଛି। ମେଳାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଯାନବାହାନ ଚଳାଚଳକୁ ସୁନିୟନ୍ତ୍ରିତ ପାଇଁ ବ୍ୟବସ୍ଥା କରାଯାଇଛି।

ପୂଜା କାର୍ଯ୍ୟସୂଚୀ-ଶନିବାର ଭୋର ୫ଘଟିକାରେ ମଙ୍ଗଳ ଆଳତୀ ହେବାକୁଥିବା ବେଳେ ମା’ଙ୍କ ମହାସ୍ନାନ ୫ଟା ୩୦ମିନିଟରେ, ବେଶ ଓ ସୂର୍ଯ୍ୟପୂଜା ୬ଘଟିକା ମିନିଟରେ ଅନୁଷ୍ଠିତ ହେବ। ୭ଘଟିକା ପାଖରୁ ସର୍ବସାଧାରଣ ଦର୍ଶନ ଓ ଷୋଡ଼ଶ ଉପଚାର ପୂଜା ତଥା ଯଜ୍ଞ ଏବଂ ଚଣ୍ଡୀପାଠ ଆରମ୍ଭ ହୋଇ ଦିନ ତମାମ ଚାଲିବାକୁ ଥିବା ବେଳେ ଅପରାହ୍ଣ ୪ଟାରେ ମା’ଙ୍କ ଚଳନ୍ତି ବିଗ୍ରହ, ପାର୍ଶ୍ବ ଦେବାଦେବୀଙ୍କ ସହିତ ଯଜ୍ଞକୁଣ୍ଡକୁ ବିଜେ କରିବା ପରେ ବିଶାଳ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରାଯିବ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories