www.samajalive.in
Monday, December 8, 2025
20.1 C
Bhubaneswar

ନିଜ ଦେହରେ ସୁଇସାଇଡ୍‌ ନୋଟ୍‌ ଲେଖି ଜୀବନ ହାରିଲେ ମହିଳା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବାଗପତରୁ ଆତ୍ମହତ୍ୟାର ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହା ହଇଚଇ ସୃଷ୍ଟି କରିଛି । ଛପରୌଲୀ ଥାନା ଅନ୍ତର୍ଗତ ରଠୌଡା ଗାଁରେ ଯୌତୁକ ପାଇଁ ମନୀଷା ନାମରେ ଜଣେ ମହିଳା ବିଷ ପିଇ ଜୀବନ ହାରିଛନ୍ତି । ମୃତ୍ୟୁ ପୂର୍ବରୁ ମହିଳା ଜଣକ ନିଜ ହାତ,ଗୋଡ ସହ ଶରୀରରର ଅନେକ ସ୍ଥାନରେ ସୁଇସାଇଡ୍‌ ନୋଟ୍‌ ଲେଖିଛନ୍ତି । ଏହାସହ ଶ୍ୱଶୁର ଘର ଲୋକଙ୍କ କାରନାମା ଲୋକଲୋଚନକୁ ଆଣିବା ପାଇଁ ଭିଡିଓ ମଧ୍ୟ କରିଥିଲେ । ଭିଡିଓରେ ସେ ନିଜ ଉପରେ ହୋଇଥିବା ଅନ୍ୟାୟ, ଅତ୍ୟାଚାର ବିଷୟରେ କହିଛନ୍ତି । ନିଜ ସ୍ୱାମୀ, ଶାଶୁ, ଶ୍ୱଶୁର ଓ ଦିଅର ଲଗାତାର ଯୌତୁକ ପାଇଁ ଅତ୍ୟାଚାର କରୁଥିଲେ । ମନୀଷା କହିଥିଲେ, ତାଙ୍କ ସହ ମାର୍‌ପିଟ୍‌ କରିବା ସହ ସେ ଗର୍ଭବତୀ ଥିବା ସମୟରେ ତାଙ୍କ ଗର୍ଭପାତ ମଧ୍ୟ କରାଇଥିଲେ । ବିଦ୍ୟୁତ୍‌ ଦେଇ ଜୀବନରୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ବିବାହରେ ପ୍ରାୟ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଜ୍ୱାଇଁକୁ ବୁଲେଟ୍‌ ମଧ୍ୟ ଦିଆଯାଇଥିଲା । ୨୦୨୩ରେ ମନୀଷାଙ୍କ ବିବାହ ହୋଇଥିଲା । ପୁଲିସ ଘଟଣାର ତଦନ୍ତ କରୁଛି ।

ଦେଖନ୍ତୁ ଭିଡିଓ; ଜୋତା ଭିତରେ ଫଣା ଟେକି ରହିଥିଲା ନାଗ, ତା’ପରେ..

ବଡ ଖୁସି ନେଇ ଆସୁଛି ଅଗଷ୍ଟ: ଗ୍ରହଙ୍କ ଦୁର୍ଲ୍ଲଭ ରାଜଯୋଗ, ଏହି ରାଶିଙ୍କ ଉପରେ ଧନବର୍ଷା କରିବେ ମା’ଲକ୍ଷ୍ମୀ, ମିଳିବ ସନ୍ତାନ ସୁଖ, ହେବେ ଭାଗ୍ୟଶାଳୀ..

- Advertisement -

 

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories