www.samajalive.in
Friday, December 5, 2025
27.1 C
Bhubaneswar

୧୫୦ କେଜି ଗଞ୍ଜେଇ ସହ କାର ଜବତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ କାଳିସାପାଦର ରାସ୍ତା ୫ନମ୍ବର ରାଜ୍ୟ ରାଜପଥରେ ଆଜି ଦିନ ୧୧ଟା ସମୟରେ ତୁମୁଡିବନ୍ଧ ପୋଲିସ ଖବର ପାଇ ଏକ ଗଞ୍ଜେଇ  ଗାଡିକୁ ଅଟକାଇଥିଲା ।  ତେବେ ୨ ଜଣ ଯୁବକ ଗାଡି ଛାଡି ପଳାଇବାରେ ସଫଳ ହୋଇଥିଲେ । କନ୍ଧମାଳ ଜିଲ୍ଲାରେ ପ୍ରତିଦିନ କେଉଁଠି ନା କେଉଁଠି ଗଞ୍ଜେଇ ଜବତ ହେବାର ନଜର ରହିଛି । ତେବେ ଖବରରୁ ପ୍ରକାଶ ଯେ ବାଲୁଗୁଡାଠାରୁ ମୁନିଗୁଡା ଅଭିମୁଖେ ଏକ ଧଳା ରଙ୍ଗର କାର ନମ୍ବର ଓଡି ୦୫ଏ ୩୨୯୧ ଗାଡ଼ି ସହ ୧ କୁଇଣ୍ଟାଲ ୫୦କେଜି ଗଞ୍ଜେଇ ଜବତ କରିଛି ତୁମୁଡିବନ୍ଧ ପୋଲିସ । ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ଗଢାଯାଇଥିଲା ଏହି ଟିମ । ଜବତ ହେବା ପରେ ତୁମୁଡିବନ୍ଧ ଅତିରିକ୍ତ ତହସିଲଦାର ସୁନୀଲ କୁମାର ନାୟକ ଘଟଣାସ୍ଥଳରେ ଉପସ୍ଥିତ ରହି ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା । ଏହି ଟିମରେ ନିଜେ ଥାନା ଅଧିକାରୀ ଅମ୍ବିକା ପାତ୍ର, ଅନନ୍ତ ପ୍ରଧାନ, ମନୋରଞ୍ଜନ କଁହର, ଏଏସାଇ ସଞ୍ଜୟ କୁମାର ପ୍ରଧାନ, ଅଶୋକ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories