www.samajalive.in
Monday, December 8, 2025
27.1 C
Bhubaneswar

କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣାରେ ୨ ଯୁବକ ଗିରଫ

ବରଗଡ଼: କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣାରେ ୨ ଯୁବକଙ୍କୁ ଗିରଫ କଲା  ବନବିଭାଗ । ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ କରାଯାଇଛି । ବନ୍ୟପ୍ରାଣୀ ଆଇନ୍ ଆଧାରରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ବରଗଡ ଡିଏଫଓ ବିକ୍ରମଦେବ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ବାହୁଡ଼ା ଦିନ କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କି ରିଲ୍ସ କରିଥିଲେ ୨ ଯୁବକ । ରିଲ୍ସ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଥିଲା । ଭିଡିଓରେ ଏକ ଛୋଟ କଇଁଛକୁ ଧରି ତା ପିଠିରେ ଶ୍ରୀଜଗନ୍ନାଥଙ୍କ ଫଟୋ ଆଙ୍କିଥିଲେ ୨ ଯୁବକ । ଏହା ପରେ ତାକୁ ସେହି ଅବସ୍ଥାରେ ପାଣିରେ ଛାଡି ଦେଇଥିଲେ ଏବଂ ଏହି ଦୃଶ୍ୟର ରିଲ୍ସ ସାମାଜିକ ଗଣମାଧ୍ୟମରେ ଛାଡିଥିଲେ । ତେବେ ବନ୍ୟପ୍ରାଣୀ ଆଇନ୍ ଆଧାରରେ ଗିରଫ କରି ସମ୍ପୃକ୍ତ ୨ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories