www.samajalive.in
Monday, December 8, 2025
27.1 C
Bhubaneswar

ଢେଙ୍କିକୋଟରେ ବାହୁଡା଼ ଯାତ୍ରା

ପାଟଣା: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରଭୁଙ୍କ ସେବକ ମାନସ କୁମାର ପତି ଏବଂ ସହଯୋଗୀ ପୂଜକ ଓମ ପ୍ରକାଶ ଶତପଥିଙ୍କ ଦ୍ୱାରା ପୂର୍ବାହ୍ନ ୮ଟା ବେଳେ ଯଥାବିଧି ରୀତିନୀତି ସହ ପୂଜା ପାଠ କରାଯାଇଥିଲା। ପ୍ରାତଃସ୍ନାନ, ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା ସରିବା ପରେ ପହିଲି ଭୋଗ ଲାଗିଥିଲା। ପରେ ଷୋଡଶ ଉପଚାର କରି ହୋମ ଯଜ୍ଞ କରାଯାଇଥିଲା। ଅନୁଷ୍ଠାନର ପୁରୋଧା ତଥା ସଂକଳ୍ପଧାରୀ ରାମଚନ୍ଦ୍ର ସାହୁ,ପ୍ରଫୁଳ୍ଲ କୁମାର ସିଂହ, ଅଭିମନ୍ୟୁ ପଲେଇ, ନିର୍ମଳ ଚନ୍ଦ୍ର ମହାନ୍ତ, ସନ୍ତୋଷ ମଣ୍ଡଳ, ପୂର୍ଣ୍ଣ ଚନ୍ଦ୍ର ନାୟକ, ବିଜୟ କୁମାର ସାହୁ, ନୀଳମଣି ମଣ୍ଡଳ ସଂକଳ୍ପରେ ବସି ଢେଙ୍କିକୋଟ ଅଞ୍ଚଳର ଉନ୍ନତି କାମନା ମନାସିଥିଲେ। ପରେ ପୂର୍ଣ୍ଣାହୁତି ଓ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ। ଅପରାହ୍ନ ୨ଟା ବେଳେ ପ୍ରଭୁଙ୍କ ନୀତିଭୋଗ ଲାଗିଥିଲା।

ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରି ରଥାରୁଢ କରାଯିବା ପରେ ରାମଚନ୍ଦ୍ର ସାହୁ ଛେରା ପହରା କରିଥିଲେ। ଅପରାହ୍ନ ୫.୩୦ ବେଳେ ରଥ ଟଣା ଆରମ୍ଭ ହୋଇ ସନ୍ଧ୍ୟା ବେଳେ ରଥ ଶ୍ରୀମନ୍ଦିର ନିକଟ ରେ ଶାନ୍ତି ଶୃଙ୍ଖଳାର ସହ ପହଞ୍ଚିଥିଲା। ରଥଯାତ୍ରାରେ ୨୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ରଥର ଦୁଇ ଦଉଡି ମଧ୍ୟରୁ ଗୋଟିଏ ଦଉଡିରେ ମହିଳା ଭକ୍ତ ଏବଂ ଅନ୍ୟ ଦଉଡିକୁ ପୁରୁଷ ଭକ୍ତ ମାନେ ଧରି ପ୍ରଭୁଙ୍କ ରଥକୁ ଆନନ୍ଦର ସହ ଟାଣିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories