ପାଟଣା :ପାଟଣା ବଜାର ମୁଖ୍ୟାଳୟରେ ୩ଟି ଦୋକାନରୁ ସିରିଜ ଚୋରୀ ହୋଇଥିବା ପାଟଣା ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଚିତ୍ତରଞ୍ଜନ ଦାଶଙ୍କ ସାର ଦୋକାନ ଘର ଆଜବେଷ୍ଟ ତାଡି ଚୋର ମାନେ ଭିତରେ ପଶି ଦାମିକା କୀଟ ନାଶକ ଔଷଧ ଓ କିଛି ରାସାୟନିକ ସାର ନେଇଥିବା ବେଳେ ରାଜେଶ ଫାଷ୍ଟଫୁଡ଼ ଦୋକାନରୁ ୧ ପେଟି ରିଫାଇନ ତେଲ, ଗୋଟିଏ ଗ୍ୟାସ ଭର୍ତ୍ତି ଟାଙ୍କି, ୩ଟି ଅଣ୍ଡା ଟ୍ରେ ଚୋର ଚୋରି କରି ନେଇଛନ୍ତି। ସେହିପରି ମହାଲକ୍ଷ୍ମୀ ଇଲେକ୍ଟ୍ରି ଦୋକାନରୁ ଫ୍ୟାନ, ଗ୍ରାଇଣ୍ଡର, ଦାମିକା ଇଲେକ୍ଟ୍ରି ଜିନିଷ ଚୋରୀ ହୋଇଥିବା ଦୋକାନ ମାଲିକ ମାନେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି।
ଚୋର ମାନେ ନିର୍ଭୟରେ ନିଜ ଇଚ୍ଛାରେ ସୁବିଧା ଅନୁସାରେ ଚୋରୀ କରିଥିବା ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡିଛି। ଥାନା ଠାରୁ ମାତ୍ର ତିନି ଚାରିଶହ ମିଟର ଦୂରରେ ଥିବା ଏହି ଦୋକାନରୁ ଚୋର ମାନେ ଚୋରୀ କରିଥିବାରୁ ପୁଲିସକୁ ଚୋର ମାନଙ୍କର ଭୟ ନଥିବା ସ୍ପଷ୍ଟ ବାରି ହେଉଛି।



