www.samajalive.in
Monday, December 8, 2025
20.1 C
Bhubaneswar

ରଣପୁରରେ ମହାବାହୁଙ୍କ ରୂପାବେଶ

ରଣପୁରଗଡ଼: ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ରଣପୁର ଘୋଷଯାତ୍ରାରେ ବଡ଼ ଏକାଦଶୀ ଦିନ ରାଜ ରାଜୁଡା ଅମଳରୁ ସୁନାବେଶ ପରିବର୍ତ୍ତେ ରୂପାବେଶ ହୋଇ ଆସୁଛନ୍ତି ମହାବାହୁ। ତେଣୁ ଚଳିତବର୍ଷ ବଡ଼ ଏକାଦଶୀ ସକାଳୁ ତାଳଧ୍ବଜ, ଦେବଦଳନ ଓ ନନ୍ଦିଘୋଷ ରଥ ଶୋଧ କରାଯାଇଥିଲା। ପରେ ପରେ ଅବକାଶ ବଲ୍ଲଭ ହୋଇ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ସୁନା ପରିବର୍ତ୍ତେ ରୂପାବେଶରେ ସୁସଜ୍ଜିତ କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ରଥ ଚାରିପାଖରେ ପୁଲିସ ମୁତୟନ କରାଯାଇଛି। ହଜାର ହଜାର ସଂଖ୍ୟକ ଭକ୍ତମାନେ ଦର୍ଶନ ପାଇଁ ଆଗେଇ ଆସୁଥିବାବେଳେ ଲଘୁଚାପ ଜନିତଲଗାଣ ବର୍ଷା ବାଧକ ସାଜିଛି। ଦେବୋତ୍ତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଡ଼ଃ ଆର୍ଯ୍ୟ କୁମାର ସର୍ଭଦମନ ଓ ମନ୍ଦିର ପରିଚାଳକ ରମେଶ ଚନ୍ଦ୍ର ପ୍ରଧାନ ସମସ୍ତ ତଦାରଖ କରିଥିବାବେଳେ ସେବାୟତମାନେ ସମସ୍ତ ନୀତି କାନ୍ତି ବ୍ୟବସ୍ଥିତ ଢଙ୍ଗରେ କରିବାସହ ମହାବାହୁଙ୍କୁ ଦର୍ଶନ ପାଇଁ ସହଯୋଗ କରୁଥିବା ଜଣାପଡ଼ିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories