କଳାପଥର: ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ବୈଦ୍ୟେଶ୍ୱର ପ୍ରାଥମିକ ଚିକିତ୍ସାଳୟ ନାହିଁ ନାହିଁରେ ଚାଲିଛି। ଏହି ସରକାରୀ ଡାକ୍ତରଖାନା ଉପରେ ବୈଦ୍ୟେଶ୍ୱର ପଂଚାୟତ, ଗୋଲାଗଣ୍ଡ, ଅନୁଆରୀ ଏବଂ ସୀମାନ୍ତବର୍ତ୍ତୀ ଭାପୁର ବ୍ଲକର କରବର ପଂଚାୟତର ପ୍ରାୟ ହଜାର ହଜାର ରୋଗୀ ଚିକିତ୍ସିତ ହେବାକୁ ଆସିଥାନ୍ତି। ସରକାର ବୈଦ୍ୟେଶ୍ୱର ଡାକ୍ତରଖାନାରେ ୨ ଜଣ ଡାକ୍ତରଙ୍କୁ ନିଯୁକ୍ତ କରିଥିବାବେଳେ ସେମାନେ କର୍ତ୍ତବ୍ୟ ଠିକ କରୁନଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି ବୋଲି ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି। ରୋଗୀମାନେ ବେସରକାରୀ କ୍ଲିନିକରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି । ସେପଟେ ବିଭାଗୀୟ ଅଧିକାରୀ ଅମରେଶ ସାହୁ କହିଛନ୍ତି ତାଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ରୋଗ ଚିହ୍ନି କମ୍ପାଉଣ୍ଡର ମେଡ଼ିସିନ ଚିଠା କରି ଔଷଧ ବିତରଣ କରୁଛନ୍ତି। ଏ ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପରେ ୭ ଗୋଟି ପଂଚାୟତର ଅଧିବାସୀ ଭରଷା କରନ୍ତି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଡାକ୍ତର ବିନା ଛୁଟିରେ ଅନୁପସ୍ଥିତ ଓ ତାଙ୍କର ମନମାନି ଉପରେ ବିଭାଗୀୟ ଅଧିକାରୀ ଅମରେଶ ସାହୁଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆୟୁଷ ଡାକ୍ତର ସବୁବେଳେ ଡାକ୍ତରଖାନା ଆସୁ ନଥିବାରୁ ସେବାରୁ ବଂଚିତ ହେଉଛନ୍ତି ଅଂଚଳବାସୀ। ଅନ୍ୟତ୍ର ବଦଳି କରି ଆଉ ଜଣେ ଡାକ୍ତର ନିଯୁକ୍ତି ଦେବାକୁ ସାଧାରଣରେ ଦାବୀ ହେଉଛି।



