www.samajalive.in
Tuesday, December 9, 2025
16.1 C
Bhubaneswar

ଜଗନ୍ନାଥଙ୍କ ଦେଶରେ କେହି ଅନାଥ ନୁହଁନ୍ତି ; ରାଜ୍ୟପାଳ

ବଡ଼ସାହି : ଜଗନ୍ନାଥଙ୍କ ଦେଶରେ କେହି ଅନାଥ ନୁହଁନ୍ତି। ଏଠି ସମସ୍ତେ ଜଣେ ଜଣେ ସ୍ୱନାଥ, ଜଗନ୍ନାଥ ତଥା ରଘୁନାଥ ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ବୁଧବାର ଅପରାହ୍ଣରେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକର ଭୀମ୍‍ଦା ପଞ୍ଚାୟତର ଚେଙ୍ଗୁଆ ଗ୍ରାମରେ ଥିବା ମା’ ମଙ୍ଗଳା ବାଳାଶ୍ରମର ୩୪ତମ ବାର୍ଷିକ ଉତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି । ଗୀତା, ରାମାୟଣ ଓ ପୁରାଣକୁ ଉଦହାରଣ ଦେଇ ପିତାମାତାଙ୍କ ବ୍ୟତିରକେ ଯେଉଁ ଚରିତ୍ର ନିଜକୁ ଶ୍ରେଷ୍ଠ ଭାବେ ପ୍ରତିପାଦିତ କରିଥିଲେ ସେମାନଙ୍କ ସମ୍ପର୍କରେ ସେ କହିଥିଲେ। ବାଳାଶ୍ରମରରେ ଅଧ୍ୟୟନରତ ପିଲାଙ୍କ ପାଇଁ ମହାମହିମ ୫ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ। ଜଣେ ରାଜ୍ୟପାଳ ଭାବେ ନୁହେଁ କିମ୍ବା ରାଜ୍ୟର ପ୍ରଥମ ନାଗରିକ ଭାବେ ନୁହେଁ, ଜଣେ ସେବକ ଭାବେ ସେବା କରିବା ତାଙ୍କୁ ଆତ୍ମ ସନ୍ତୋଷ ଦେଇଛି ବୋଲି ସେ କହିଥିଲେ। ବାଳାଶ୍ରମର ସମ୍ପାଦକ ଭାସ୍କର ଚନ୍ଦ୍ର ଜେନାଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ମହାମହିମ ରାଜ୍ୟପାଳଙ୍କୁ ଗାର୍ଡ଼ ଅଫ୍‍ ଅନର ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ଏହା ପରେ ସେ ଇକୋ କ୍ଲବର ପତାକା ଉତ୍ତୋଳନ କରି ଅନ୍ତେବାସୀଙ୍କ ପକ୍ଷରୁ ପ୍ରସ୍ତୁତ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ସଭା ପ୍ରାରମ୍ଭରେ ଭାରତମାତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସମସ୍ତେ ସହିଦ ଯବାନଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ମୁଖ୍ୟବକ୍ତା ଭାବେ ନୀଳଗିରିର ପୂର୍ବତନ ବିଧାୟକ ପ୍ରତାପ ଷଢ଼ଙ୍ଗୀ ଉଦବୋଧନ ଦେଇଥିବା ବେଳେ ମୟୂରଭଞ୍ଜ ଜିଲାପାଳ ବିନୀତ କୁମାର ଭରଦ୍ୱାଜ ଓ ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ। ଅନୁଷ୍ଠାନ ପକ୍ଷରୁ ରାଜ୍ୟପାଳଙ୍କୁ ଏକ ଗଣେଶ ମୂର୍ତ୍ତି ପ୍ରଦାନ ସାଙ୍ଗକୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଅତିଥିଗଣ ଅନ୍ତେବାସୀଙ୍କ ଦ୍ୱାରା ପରିବେଶ ସୁରକ୍ଷାକୁ ନେଇ ପ୍ରସ୍ତୁତ ଏକ ଅଡ଼ିଓ ସିଡ଼ିକୁ ଉନ୍ମୋଚନ କରିଥିଲେ। ଶେଷରେ ରାଜ୍ୟପାଳ ଅନ୍ତେବାସୀଙ୍କ ସହିତ ଫଟୋ ଉଠାଇବା ସହିତ ଭାବ ବିନିମୟ କରିଥିଲେ। ସଦର ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲା ଶିଶୁ ସୁରକ୍ଷା ୟୂନିଟ ଅଧିକାରିଣୀ ମମତାମୟୀ ବିଶ୍ୱାଳ, ବଡ଼ସାହି ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ଓ ବିଇଓ ଦେବବ୍ରତ ବାରିକ ପ୍ରମୁଖ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେଇଥିଲେ। ମୟୂରଭଞ୍ଜ ଓ ବାଲେଶ୍ୱର ପୁଲିସ୍‍ ଶାନ୍ତିଶୃଙ୍ଖଳା ପାଇଁ ନିୟୋଜିତ ଥିଲେ। ଜୁନିୟର ରେଡ଼କ୍ରସର ସାଧନକର୍ମୀ ରମାକାନ୍ତ ମହାନ୍ତ ମଞ୍ଚ ପରିଚାଳନା କରିଥିବା ବେଳେ ବାଳାଶ୍ରମର ସମସ୍ତ ସେବକ/ସେବିକା, ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ପଞ୍ଚାୟତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସୂଚନା ଥାଉକି, ମୟୁରଭଞ୍ଜ-ବାଲେଶ୍ୱର ଜିଲା ସୀମାନ୍ତରେ ଅବସ୍ଥିତ ବାଳାଶ୍ରମଟି ୩୫ବର୍ଷରେ ପଦାର୍ପଣ କରିଥିବା ବେଳେ ବର୍ତ୍ତମାନ ୪୫ଜଣ ଅନ୍ତେବାସୀ ଆବାସିକ ଶିକ୍ଷାଲାଭ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories